38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗାଡ଼ି ଚଳାଚଳରେ ଲାଗୁ ହେଲା ନୂଆ ନିୟମ : ଚେକିଂ ବେଳେ ହାର୍ଡ଼କପି ଦରକାର ନାହିଁ

ଗାଡ଼ି ଚଳାଚଳରେ ଲାଗୁ ହେଲା ନୂଆ ନିୟମ : ଚେକିଂ ବେଳେ ହାର୍ଡ଼କପି ଦରକାର ନାହିଁ

ଭୁବନେଶ୍ୱର : ଅକ୍ଟୋବର ୧ ରୁ ସୂଚନା ପ୍ରଯୁକ୍ତିବିଦ୍ୟା ସହାୟତାରେ ବ୍ୟକ୍ତିଗତ ଏବଂ ବ୍ୟବସାୟ ଡ୍ରାଇଭରଙ୍କ ଆଚରଣ ଉପରେ ଅନଲାଇନ୍ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ପୋଲିସ୍ ଭ୍ରମଣକାରୀ ଅଧିକାରୀଙ୍କ ସହ ଅସଦାଚରଣ, ଗାଡି ବନ୍ଦ ନକରିବା, ଟ୍ରକ୍ କ୍ୟାବିନରେ ଲୋକ ବସାଇବା ଆଦି କାରଣରୁ ଭାରି ଜୋରିମାନା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ ।

ଆଜିଠାରୁ ପୋର୍ଟାଲରେ ସରକାର ଏହାର ରେକର୍ଡ ରଖିବେ ଫଳରେ ଭବିଷ୍ୟତରେ ଡ୍ରାଇଭରଙ୍କ ଆଚରଣ ଉପରେ ଏହା ଅନଲାଇନ୍ ମନିଟରିଂକୁ ଅନୁମତି ଦେବ । ପୋର୍ଟାଲରେ ଡିଏଲ ଏବଂ ଯାନଗୁଡିକର ଅନ୍ୟ ଡକ୍ୟୁମେଣ୍ଟ୍ ରଖିବାର ସୁବିଧା ଅକ୍ଟୋବର ୧ ରୁ ଆରମ୍ଭ ହେଉଛି । ପୋଲିସ-ପରିବହନ ଅଧିକାରୀମାନେ ମୂଳ ଦଲିଲ ଦାବି କରିପାରିବେ ନାହିଁ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନୂତନ ନିୟମ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିସାରିଛି। ମୋଟର ଯାନ ଅଧିନିୟମ ୧୯୮୮ ର ଏହି ବିଭାଗ ୧୯, ୨୧ ଇତ୍ୟାଦି ଅନୁଯାୟୀ, ଟ୍ୟାକ୍ସି ବା ବସ୍ ରେ ଅତ୍ୟଧିକ ଗହଳି, ଯାତ୍ରୀଙ୍କୁ ଅସଦାଚରଣ, ଷ୍ଟପ୍ରେ ନ ଓହ୍ଲାଇବା, ଗାଡି ଚଳାଇବା ସମୟରେ ଧୂମପାନ, ମଦ୍ୟପାନ କରିବା, ଅଧିକ ସମୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା, କ୍ୟାବିନରେ ଏବଂ ଟ୍ରକର ପଛପଟେ ବସିବା ଆଦି କାର୍ଯ୍ୟକଳାପ ଡ୍ରାଇଭରକୁ ମହଙ୍ଗା ପଡ଼ିବ ।

ଗାଡ଼ି ଯାଞ୍ଚ ବେଳେ ଏଣିକି ଡିଏଲ, ପିୟୁସି, ଇନସୁରାନ୍ସ ସମେତ ଅନ୍ୟ କାଗଜ ପତ୍ରର ହାର୍ଡ କପି ଧରିବା ବାଧ୍ୟତାମୂଳକ ନୁହେଁ । ଚେକିଂ ବେଳେ ଡିଜିଟାଲ କପି ଦେଖାଇହେବ । ଚାଳକ ଏବେ ମୋବାଇଲର ଡିଜି ଲକ ଆପ୍ ଓ ଏମ୍ ପରିବହନ ଆପ୍ ରେ ଡିଜିଟାଲ କପି ରଖିବାକୁ ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking