39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିହାର ନିର୍ବାଚନ ୨୦୨୦; ନୀତିଶ୍ କୁମାର ମାନସିକ ଓ ଶାରୀରିକ ଭାବରେ କ୍ଲାନ୍ତ: ତେଜଶ୍ୱି...

ବିହାର ନିର୍ବାଚନ ୨୦୨୦; ନୀତିଶ୍ କୁମାର ମାନସିକ ଓ ଶାରୀରିକ ଭାବରେ କ୍ଲାନ୍ତ: ତେଜଶ୍ୱି ଯାଦବ

ପାଟଣା: ବିହାର ମୁଖ୍ୟମନ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ଭାବରେ କ୍ଲାନ୍ତ କହି ରାଜ୍ୟ ପାଇଁ ଅନୁପଯୁକ୍ତ ବୋଲି ଆକ୍ଷେପ କରି କହିଛନ୍ତି ମହାଗଠବନ୍ଧନର ମୁଖ୍ୟ ତେଜଶ୍ୱୀ ଯାଦବ ।
ନୀତିଶ୍‌ଙ୍କ ପ୍ରଚାର ମଇଦାନରେ ‘ଲାଲୁ ଜାଦବ ଜିନ୍ଦାବାଦ୍‌’ ନାରାର ପ୍ରତି ଉତ୍ତରରେ ସେ କହିଛନ୍ତି, ବିହାରର ଜନତା ବର୍ତମାନ ସରକାରଙ୍କୁ ପ୍ରଶ୍ନ କରିବା ଉଚିତ୍ ସେ କୋଉ ଅଧିକାରରେ ଜନତାଙ୍କୁ ଭୋଟ ମାଗୁଛନ୍ତି? ବିହାରର ପ୍ରାକୃତିକ ବିପର୍ଯୟ ସମୟରେ ସରକାର କୋଉଠି ଥିଲେ? ଗତ ୧୫ ବର୍ଷ ଭିତରେ ବିହାରରେ ନା’ କୌଣସି ବିକାଶ ହେଇଛି ନା’ ରୋଜଗାର ଅଛି ନା’ କୌଣସି ଉଦ୍ୟୋଗ ପ୍ରତିଷ୍ଠା ହୋଇଛି । ବରଂ ରାଜ୍ୟରେ ପ୍ରବାସୀ ବଢିବା ସହ ଦାରିଦ୍ର‌୍ୟତା ବୃଦ୍ଧିପାଇଛି । ତେଣୁ କୋଉ ଅଧିକାରରେ ସେ ଭୋଟ ମାଗିବାକୁ ଆସିଛନ୍ତି ।
ଏହାସହ ସେ ନିର୍ବାଚନରେ ଜିତିବା ପରେ ପୁର୍ବ ସରକାରଙ୍କର ୫୦ ବର୍ଷ କୁ ସରକାରୀ କର୍ମଚାରୀ ମାନଙ୍କ ଅବସର ସୀମା କମ୍ କରିବା ବିଜ୍ଞପ୍ତି କୁ ଉଚ୍ଛେଦ କରିବା ର ପ୍ରତିଶୃତି ଦେଇଛନ୍ତି । ନୀତିଶ ସରକାର ଏକ ବିଜ୍ଞପ୍ତି ଜାରି କରିଥିଲେ କି ସରକାରି କର୍ମଚାରୀ ୫୦ ବର୍ଷ ବୟସ ରେ ଅବସର ନେବେ । ତେବେ ତେଜଶ୍ୱି ଯାଦବ ଓ ତାଙ୍କ ଦଳ ସରକାର କୁ ଆସିଲେ ଏହି ବୟସ ସୀମା କୁ ବୃଦ୍ଧି କରିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking