38.1 C
Bhubaneswar
Tuesday, April 23, 2024
Homeଅପରାଧଧରା ପଡି ବାଇକ ଛାଡି ଚୋର ଛୁ

ଧରା ପଡି ବାଇକ ଛାଡି ଚୋର ଛୁ

ନୟାଗଡ: ନୟାଗଡ ଜିଲ୍ଲା ଓଡଗାଁ ଥାନା ଅଧିନରେ ବାହାଡଝୋଲା ଫାଣ୍ଡି । ଫାଣ୍ଡି ଅଧିନରେ ୬ଟି ପଂଚାୟତ ଓ ୮୬ଟି ରେଭିନ୍ୟୁ ଗ୍ରାମ ଯାଉଛି । କିଛି ଦିନ ହେବ ଲକ ଡାଉନର ସୁଯୋଗ ନେଇ ଚୋରି ଡକାୟତି ଚାଲିଥିବା ବେଳେ ବିଶେଷ ଭାବରେ ବିଦ୍ୟାଳୟ, ଦୋକାନ ଉପରେ ଚୋରଙ୍କ ଆଖି ରହୁଛି । ଓଡଗାଁ ଥାନା ଅଧିକାରିଣୀ ଦାୟିତ୍ୱ ଗ୍ରହଣ କରିବା ପରେ ପୋଲିସ ନଜରରୁ ଡକାୟତମାନେ ବର୍ତ୍ତିପାରୁନାହାନ୍ତି । ସେହିଭଳି ବାଜାଡଜୋଲା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ସହ ସମସ୍ତ ଷ୍ଟାଫ ଦିନରାତି ଏକ କରିଦେଇଥିବା ଦେଖିବାକୁ ମିଳିଛି । ଗତକାଲି ରାତି ପ୍ରାୟ ୨ଟା ସମୟରେ ଓଡଗାଁ ଥାନା ଅଧିକାରୀଣୀ ପ୍ରଜ୍ଞା ପରମିତା ଜେନାଙ୍କ ନିର୍ଦ୍ଦେଶକ୍ରମେ ବାହାଡାଝୋଲା ଫାଣ୍ଡି ଅଧିକାରୀ ଓ ସମସ୍ତ ଷ୍ଟାଫ ପେଟ୍ରୋଲିଂ କରୁଥିବା ବେଳେ ପେଟେଇଚଣ୍ଡୀ ଠାକୁରାଣୀଙ୍କ ପୀଠରେ ଥିବା ଦୁଇଟି ପୂଜା ସାମଗ୍ରୀ ଦୋକାନରୁ ଚୋରି କରୁଥିବା ବେଳେ ଠିକ ସମୟରେ ପେଟ୍ରୋଲିଂ ଗାଡିକୁ ଦେଖି ଚୋରମାନେ ଦୁଇଟି ବାଇକ ଛାଡି ଯିବା ସହିତ ବ୍ୟବହାର କରିଥିବା ଦୁଇଟି ଭୂଜାଲି, ପ୍ଲାସ, ପେଚକସ ଛାଡି ପଲାଇଛନ୍ତି । ଏ ସମସ୍ତ ସାମଗ୍ରୀ ପୋଲିସ ଜବତ କରିଛି । ଦୋକାନ ମାଲିକ ଅଶୋକ ସାହୁ ଓ କୁନା ସାହୁଙ୍କ କହିବା ମୁତାବକ, ଜିନିଷର ମୂଲ୍ୟ ପ୍ରାୟ ୨୦ ହାଜର ଟଙ୍କା ହେବ । ଓଡଗାଁ ଥାନା ଅଧିକାରୀଣୀ କିଛି ଦିନ ମଧ୍ୟରେ ଅନେକ ଡକାୟତ ଗ୍ୟାଙ୍ଗ ଓ ଅନ୍ତରାଜ୍ୟ ଗ୍ୟାଙ୍ଗକୁ ହାଜତ ପଠାଇବାରେ ସକ୍ଷମ ହୋଇଛନ୍ତି । ସ୍ଥାନୀୟ ଅଂଚଳବାସୀ ଏହାକୁ ପ୍ରଂଶସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking