26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ

ଭୁବନେଶ୍ୱର : ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶୀଦଣ୍ଡ ମିଳିବା ସ୍ପଷ୍ଟ ହୋଇଛି | ଦୋଷୀଙ୍କ କ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ଖାରଜ କରିଦେଇଛି| ଆବେଦନ ଖାରଜ ସହ ରାଷ୍ଟ୍ରପତିଙ୍କ ପାଖକୁ ଫାଇଲ ଫେରାଇ ଦିଆ ଯାଇଛି | ସୁପ୍ରିମକୋର୍ଟରେ ଦଣ୍ଡ କାଏମ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲେ ଦୋଷୀ | ତେବେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଗୃହ ମନ୍ତ୍ରାଳୟ ପଠାଇଥିଲେ | ଦୋଷୀଙ୍କ ଫାଶୀ ସମ୍ବାବନାକୁ ଅଧିକ ସ୍ପଷ୍ଟ କରିଛି ରାଷ୍ଟ୍ରପତିଙ୍କ ମନ୍ତବ୍ୟ | ରାଜସ୍ଥାନର ସିରୋହିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ସ୍ପଷ୍ଟ କରିଛନ୍ତି | ପୋକ୍ସୋ ଲାଗିଥିବା ଦୋଷୀଙ୍କର ରାଜକ୍ଷମା ମାଗିବାର ଅଧିକାର ନାହିଁ | ସେଥିପାଇଁ ଏହି ଆବେଦନପତ୍ରକୁ ଖାରଜ କରା ଯାଇଛି |
ତେବେ ଏଠାରେ ସୂଚନାଯୋଗ୍ୟ ଯେ,ରାଜସ୍ଥାନରେ ଅନୁଷ୍ଠିତ ଏକ ସଭାରେ ଉଦବୋଧନ ଦେବାବେଳେ ସେ କହିଛନ୍ତି ଯେ ଆମ ଦେଶରେ ନାରୀ ସୁରକ୍ଷା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ । ପକ୍‌ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାର ଅଧିକାର ମିଳିବା ଉଚିତ କି ନୁହେଁ, ତାହା ସଂସଦ ବିଚାର କରୁ ।ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ୨୦୧୨ ନିର୍ଭୟା ଦୁଷ୍କର୍ମମାମଲାର ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ କେନ୍ଦ୍ର ଗୃହମନ୍ତ୍ରାଳୟ ଖାରଜ କରିଦେଇଛି । ପୂର୍ବରୁ ଦିଲ୍ଲୀ ସରକାର ଏହି ରାଜକ୍ଷମା ଆବେଦନକୁ ଖାରଜ କରି ଗୃହମନ୍ତ୍ରାଳୟକୁ ପ୍ରେରଣ କରିଥିଲେ । ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖି ତାହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking