30 C
Bhubaneswar
Friday, August 7, 2026
Homeଓଡିଶାବନ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କଲେ ନିରଞ୍ଜନ ପଟ୍ଟନାୟକ

ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ବନ୍ୟା ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ଏହି ଅର୍ଥରାଶି ପ୍ରଦାନ କରାଯାଇଛି ।ଏହି ଅବସରରେ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ ବନ୍ୟା ସମୟରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଗରିବ ଓ ବନ୍ୟା ବିପନ୍ନଙ୍କ ଦୁଃଖ-ଦୁର୍ଦ୍ଦଶା ଦୂର କରିବାରେ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି ।ସେ ଆହୁରି କହିଛନ୍ତି, ପ୍ରଦେଶ କଂଗ୍ରେସ ସଭାପତିଙ୍କ ଆହ୍ୱାନ କ୍ରମେ ନିରଞ୍ଜନ ପଟ୍ଟନାୟକଙ୍କ ପରିବାର ପକ୍ଷରୁ କଂଗ୍ରେସ ଦଳକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ଅର୍ଥ ବନ୍ୟା ବିପନ୍ନଙ୍କ ରିଲିଫ୍ ଓ ସହାୟତା କାର୍ଯ୍ୟରେ ବ୍ୟୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking