28.1 C
Bhubaneswar
Friday, April 26, 2024
Homeଓଡିଶାନୀଳାଚଳ ଇସ୍ପାତ କାରଖାନା ର କୋକ ଓଭେନ ଓ ପାୱାର ପ୍ଲାଣ୍ଟ କୁ ବନ୍ଦ କରିବା...

ନୀଳାଚଳ ଇସ୍ପାତ କାରଖାନା ର କୋକ ଓଭେନ ଓ ପାୱାର ପ୍ଲାଣ୍ଟ କୁ ବନ୍ଦ କରିବା ପ୍ରୟାସ ମାହାଙ୍ଗା ପଡିବ !

ଯାଜପୁର : ଯାଜପୁର ଜିଲ୍ଲା ର ଶିଳ୍ପ ରାଜଧାନୀ ବୋଲାଉ ଥିବା କଳିଙ୍ଗ ନଗର ଠାରେ ଏକ ମାତ୍ର ସରକାରୀ ଉଦ୍ୟଗ ନୀଳାଚଳ ଇସ୍ପାତ କାରଖାନା ରେ ଆଜି କୋଇଲା ଯୋଗାଣ ଦାବି ରେ କର୍ମଚାରୀ ମାନେ ସାମାଜିକ ଦୂରତ୍ୱ ରେ ଛଡା ଛଡା ହୋଇ ପ୍ରଶାସନ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ରହିଛନ୍ତି, କତୃପକ୍ଷ ଆବଶ୍ୟକ ଥିବା କୋଇଲା ନ ଆଣି ଏହାର କୋକ ଓଭେନ ଓ ପାୱେର ପ୍ଲାଣ୍ଟ କୁ ବନ୍ଦ କରିବା ପ୍ରୟାସ ମାହାଙ୍ଗା ପଡିବ ବୋଲି ଆଜି ଏକ ପ୍ରେସ ଇଷ୍ଟେ ହାର ରେ ଆଇ. ଏନ. ଟି. ୟୁ. ସି ର ଜିଲ୍ଲା ସଭାପତି ଶ୍ରୀ ବିଦ୍ୟାଧ ର ମହାନ୍ତି ଚେତାବନୀ ଦେଇଛନ୍ତି, ଏହି କାରଖାନା ର ଦୁଇ ଗୋଟି ୟୁନିଟ କୁ ବନ୍ଦ କରିଦେଲେ ସରକାର ଏକ ହଜାର କୋଟି ଟଙ୍କା କ୍ଷ ତି ଦର୍ଶାଇ ପ୍ଲାଣ୍ଟ କୁ ସଂପୂର୍ଣ୍ଣ ବନ୍ଦ କରି ଦେଲେ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଞ୍ଚ ହଜାର ରୁ ଉର୍ଦ୍ଧ ଶ୍ରମିକ, କର୍ମଚାରୀ ଜୀବିକା ହରାଇବେ ! ଏଠାରେ ସୂଚନା ଯୋଗ୍ୟ ଏହି କାରଖାନା ର ମୁଖ୍ୟ ଅଂଶୀଦାର ଏମ. ଏନ. ଟି. ସି ର ପାରାଦ୍ୱୀପ ଠାରେ ପ୍ରଚୁର କୋଇଲା ଗଛିତ ଥିବା ବେଳେ ସେଠାରୁ ନ ଆଣି ବା ତଥା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମଧୁଚନ୍ଦ୍ରିକା ଫଳ ରେ ରପ୍ତାନି କରିବା ର ଅନୁମତି ନଦେବା କାରଖାନା କୁ ସମ୍ପୂର୍ଣ ବନ୍ଦ କରିବା ର ଚକ୍ରାନ୍ତ ଅନୁମାନ କରାଯାଏ ଆଜକୁ ଅସି ଦିନ ହେବ କାରଖାନା କୁ ବିକ୍ରି କରିବା ପ୍ରତିବାଦ କରି ଶ୍ରମିକ, କର୍ମଚାରୀ ମାନେ ଧାରଣା ରେ ବସି ଥିଲେ ମଧ୍ୟ୍ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେଦ୍ର ପ୍ରଧାନ ଙ୍କ ଅନୁଗାମୀ କିମ୍ବା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅନୁଗାମୀ ମାନେ ନିରବ ରହିବା କାରଖାନା ର ପରିଚାଳନା ନିର୍ଦେଶକ ପ୍ରକାଶ କରିଛନ୍ତି, କାରଣ ଯେତେବେଳେ ନୀଳାଚଳ ଇସ୍ପାତ ନିଗମ କୁ ବିକ୍ରି ନକରି ପୁଞ୍ଜି ନିବେଶ କରିବା ନିମନ୍ତେ ଲୋକସଭା ରେ ମାନ୍ୟବର ସାଂସଦ ସ୍ପଟଗିରି ଉଲ୍କାକା ଙ୍କ ପ୍ରସ୍ତାବ କୁ ବାଚସ୍ପତି ଗ୍ରହଣ କରିଥିଲେ ମଧ୍ୟ୍ୟ ଏପରି ସ୍ଥଳେ କାରଖାନା କୁ କୋଇଲା ବନ୍ଦ କରିବା ଦୁଃଖ ଓ ପରୀତାପ ର ବିଷୟ, ଆଜି ବିଶ୍ୱ ବାସି ଏକ କରୋନା ରେ ଅସ୍ତ ବ୍ୟସ୍ତ ଥିବା ବେଳେ ଓ ଗତ ମାର୍ଚ୍ଚ ମାସ 23 ତାରିଖ ରେ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ଙ୍କ ଅଧ୍ୟଖ ତା ରେ ଏକ ବୈଠକ ର ନିଷ୍ପତି ଅନୁଯାଇ କାରଖାନା କୁ ଚାଲୁରଖିବା କୁ ନିର୍ଦେଶ ଦେଇ ଥିଲେ ମଧ୍ୟ୍ୟ ଏହି ଦୁଇ ଗୋଟି ୟୁନିଟ କୁ ବନ୍ଦ କରିବା ମସୁଧା କୁ ଜିଲ୍ଲା ବାସି ଗ୍ରହଣ କରିବେ ନାହିଁ କାରଣ ଏହା ର ଜମି ଓ କାରଖାନା ଥିବା ନିଜସ୍ୱ ମ୍ୟନିଙ୍ଗ କୁ ଯଦି ଆକଳନ କରାଯାଏ !ଏହା ର ମୂଲ୍ୟ ପ୍ରାୟ 15 ହଜାର କୋଟି ରୁ ଉର୍ଦ୍ଧ ଓ ଏହା କୁ ଶାଗ ମାଛ ମୂଲ୍ୟ ରେ ମାତ୍ର 7ହଜାର କୋଟି ରେ ବିକ୍ରି କରିବାର ମସୁଧା ରେ ସମ୍ପୃକ୍ତ ଥିବା ରାଜ ନେତା ମାନଙ୍କ ମୁଖା ଖୋଲିବା ବେଶିଦିନ ଲାଗିବ ନାହିଁ ବୋଲି ଶ୍ରମିକ କର୍ମଚାରୀ ମାନଙ୍କ ମଧ୍ୟ୍ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି ! ରିପୋର୍ଟ ଅଭିମନ୍ୟୁ ମିଶ୍ର ONA

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking