28.1 C
Bhubaneswar
Thursday, May 2, 2024
Homeଓଡିଶାମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ନିଯୁକ୍ତି ବିଜ୍ଞାପନ

ମାଇକ୍ରୋ ବାୟୋଲୋଜିଷ୍ଟ ପାଇଁ ନିଯୁକ୍ତି ବିଜ୍ଞାପନ

ଭୁବନେଶ୍ୱର: ସାରା ଦେଶରେ ଏବେ ଘାରିଛି କରୋନା ଚିନ୍ତା । ଏଥିରୁ ବର୍ତିବା ପାଇଁ ଏବେ ସମଗ୍ର ବିଶ୍ୱକୁ ଲକ୍ ଡାଉନ ଘୋଷଣା କରିଛନ୍ତି ସମସ୍ତ ରାଷ୍ଟ୍ରର ସରକାର । ଏହାରି ଭିତରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁକୋଭିଡ-୧୯ ଡିପିଏଚଏଲ୍ ଓ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ବିଜ୍ଞାପନ ଜାରି କରାଯାଇଛି । ସୂଚନା ଅନୁସାରେ, ମାଇକ୍ରୋ ବାୟୋଲୋଜିଷ୍ଟ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବେ ସ୍ୱଳ୍ପ ମିଆଦ ଭିତ୍ତିରେ ଉଭୟ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋ ମାଇକ୍ରୋ ବାଓଲୋଜିଷ୍ଟଙ୍କୁ ପ୍ରତିଦିନ ୫ ହଜାର ଏବଂ ନନ୍-ମେଡିକୋ ମାଇକ୍ରୋ ବାୟୋଲୋଜିଷ୍ଟଙ୍କୁ ପ୍ରତିଦିନ ୨୫୦୦ ଟଙ୍କା ଲେଖାଏ ମିଳିବ।
ପ୍ରାର୍ଥୀଙ୍କୁ ଜୁନ୍ ୩୦ ପର‌୍ୟ୍ୟନ୍ତ କାର‌୍ୟ୍ୟ କରିବାକୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଉଊଗ ଌ ଚଐଙ ନିର୍ଦ୍ଦେଶକଙ୍କୁ ଦେଖା କରିବାକୁ ବିଜ୍ଞାପନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking