40.1 C
Bhubaneswar
Wednesday, April 24, 2024
Homeକରୋନାକରୋନାରେ କେରଳରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ

କରୋନାରେ କେରଳରେ ସାମ୍ନାକୁ ଆସିଲା ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ଏବେ ଦେଶକୁ ଦେଶ କାୟା ମେଲାଉଛି ମାରାତ୍ମକ ଭାଇରସ କରୋନା । ସମଗ୍ର ବିଶ୍ୱରେ ଏବେ ହଜାର ହଜାର ସଂଖ୍ୟାରେ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ବେଳେ କେରଳରେ କରୋନା ପାଇଁ ଜଣଙ୍କର ମୃତ୍ୟୁ ଖବର ଏବେ ସାମ୍ନାକୁ ଆସିଛି । ଦେଶରେ କରୋନା ଭୂତାଣୁ ସଂଖ୍ୟା ଏବେ ୯୦୦ରୁ ଅଧିକ ହେଲାଣି । ଏହି ଭୂତାଣୁ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଉ କେରଳରେ କରୋନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ତେବେ କେରଳରେ ଏଯାଏଁ କରୋନାରେ କାହାର ମୃତ୍ୟୁ ହୋଇଥିବା ମାମଲା ସାମ୍ନାକୁ ଆସିନଥିଲା । ଏହାକୁ ବାଦ୍ ଦେଲେ ମଧ୍ୟପ୍ରଦେଶର ଜଣେ ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ସେ ଶେଷ ସାମ୍ବାଦିକ ସମ୍ମିଳନୀରେ କମଲ ନାଥଙ୍କ ସିଏମ ଭାବେ ଯୋଗଦେବାକୁ ଆସିଥିଲେ। ସାମ୍ବାଦିକଙ୍କ ଝିଅ ଲଣ୍ଡନରୁ ଫେରି ଆସିଥିଲେ, ଯାହାକୁ କ୍ୱାରେନଟାଇନରେ ରହିବାକୁ କୁହାଯାଇଥିଲା। ଏହାତ୍ତସତ୍ୱେ ସାମ୍ବାଦିକ ନିୟମକୁ ଅଣଦେଖା କରିଥିଲେ। ପରେ ଉଭୟ ସାମ୍ବାଦିକ ଏବଂ ତାଙ୍କ ଝିଅଙ୍କ କରୋନା ପଜିଟିଭ୍ ଥିବା ଜଣାପଡିଛି। ଏହି କାରଣରୁ ବର୍ତ୍ତମାନ ପୂର୍ବତନ ସିଏମ୍ କମଲ ନାଥ ମଧ୍ୟ କ୍ୱାରେନଟାଇନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking