33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନିକି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନିକି

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ନିକି ହେଲି ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ହେବେ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେଉଥିବା ନେଇ ନିକି ମଙ୍ଗଳବାର ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି । ରିପବ୍ଲିକାନ୍ ପାର୍ଟିର ସଦସ୍ୟ ୫୧ ବର୍ଷୀୟା ନିମ୍ରତା ନିକି ରନ୍ଧୱା ହେଲି ସାଉଥ୍ କାରୋଲିନା ଷ୍ଟେଟ୍‌ର ଗଭର୍ଣ୍ଣର୍ ଥିଲେ ।

ନିକିଙ୍କୁ ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ ଦୁଇ ପର୍ଯ୍ୟାୟର ନିର୍ବାଚନ ଜିତିବାକୁ ପଡ଼ିବ । ୨୦୨୪ରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଅଛନ୍ତି ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୂର୍ବରୁ ଘୋଷଣା କରିସାରିଛନ୍ତି । ଅନ୍ୟ କେତେକ ନେତା ମଧ୍ୟରେ ଏହି ଦୌଡ଼ରେ ସାମିଲ ହୋଇପାରନ୍ତି । ତେବେ ମୁଖ୍ୟ ଲଢ଼େଇ ନିକି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking