30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ

କାଶ୍ମୀରରେ ସାଧାରଣ ଲୋକଙ୍କ ହତ୍ୟା ଘଟଣାର ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ : ଆତଙ୍କୀଙ୍କ କବଜାରେ ଏବେ ପୁରା ଜମ୍ମୁ-କଶ୍ମୀର । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ହତ୍ୟା କରୁଥିବା ବେଳେ ଏହାର ଛାନଭିନ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଛି । ତେବେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାୟ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । କଶ୍ମୀରରେ ରହୁଥିବାରୁ ବାହାର ରାଜ୍ୟର ଲୋକ ମଧ୍ୟ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି ।
ଏହା ପରେ ଏକ ବଡଧରଣର ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି । ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏନଆଇଏକୁ ତଦନ୍ତ ଭାର ଦେଇଥିବା ଜଣାପଡିଛି । ତେବେ ଏନଆଇଏ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀନଗର ଠାରେ ଆତଙ୍କବାଦ ହମଲାର ଯାଞ୍ଜ କରିବ । ଶ୍ରୀନଗରରେ ଆତଙ୍କୀମାନେ କଶ୍ମୀର ପଣ୍ଡିତ ମଖନ ଲାଲ ବିନ୍ଦ୍ରୋ ଓ ବିହାରର ଷ୍ଟ୍ରିଟ ଭେଣ୍ଡର ବୀରେନ୍ଦ୍ର ପାଶ୍ୱାନଙ୍କୁ ହତ୍ୟା କରିଥିଲେ । ଆତଙ୍କବାଦୀମାନେ ମଖନ ଲାଲଙ୍କୁ ଓୈଷଧ ଦୋକାନରେ ଗୁଳି କରି ହତ୍ୟା କରିଥିଲେ । ଏହାର କିଛି ସମୟ ପରେ ବାନ୍ଦିପୋର ଠାରେ ଆତଙ୍କୀମାନେ ଟ୍ୟାକ୍ସ ଚାଳକ ମହମ୍ମଦ ଶରିଫ ଲୋନଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ଏବେ ଏନଆଇଏ ଡିଜି ଓ ଜମ୍ମୁ କଶ୍ମୀର ପୋଲିସ ଡିଜିଙ୍କ ମଧ୍ୟରେ ଶ୍ରୀନଗରରେ ବୈଠକ ହେବ । ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking