27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସୂର୍ଯ୍ୟ ମନ୍ଦିର ଢାଞ୍ଚାରେ ତିଆରି ହେବ ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର

ସୂର୍ଯ୍ୟ ମନ୍ଦିର ଢାଞ୍ଚାରେ ତିଆରି ହେବ ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର

ନୂଆଦିଲ୍ଲୀ : କୋଣାର୍କ ସୂର୍ଯ୍ୟ ମନ୍ଦିର ଢାଞ୍ଚାରେ ତିଆରି ହେବ ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର । ଅଯୋଧ୍ୟାରେ ଜୋରଦାର ରେ ନିର୍ମାଣ ଚାଲିଛି ରାମ ମନ୍ଦିର ର ପ୍ରସ୍ତୁତି।ରାମ ମନ୍ଦିର ର ନିର୍ମାଣ କିଭଳି ଉଚ୍ଚକୋଟୀର ହେବ,ଏବଂ ଏହାକୁ ସୁନ୍ଦର ଓ ଭବ୍ୟ ରୂପ ଦିଆଯିବ ସେ ନେଇ ରୀତିମତ ଭାବେ ପ୍ରୟାସ ଜାରି ରହିଛି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନା କୁ ଆସିଛି।ଅଯୋଧ୍ୟା ରେ ନିର୍ମାଣ ହେଉଥିବା ଏହି ଭବ୍ୟ ରାମ ମନ୍ଦିର କୁ ଓଡ଼ିଶାର ପ୍ରସିଦ୍ଧ ଅର୍କକ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିରର ଢାଞ୍ଚା ରେ ନିର୍ମାଣ ହେବା ନେଇ ସୂଚନା ମିଳିଛି।ପୂର୍ବରୁ ରାମ ମନ୍ଦିର ନିର୍ମାଣ ର ଢାଞ୍ଚାରେ କିଛି ପରିବର୍ତ୍ତନ ହୋଇଥିବା ବେଳେ ବର୍ତ୍ତମାନ ଏହା ଅର୍କକ୍ଷେତ୍ର କୋଣାର୍କର ଢାଞ୍ଚା ରେ ହେବାକୁ ଯାଉଥିବା ରାମ ମନ୍ଦିର । ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ର ନିର୍ମାଣ ର ଶୈଳୀ ଏପରି ହୋଇଛି ଯେ ଯେଉଁଠି ପୂର୍ବକାଶରେ ସୂର୍ଯ୍ୟଙ୍କ ଉଦୟ ସହ ସୂର୍ଯ୍ୟ ନାରାୟଣ ଙ୍କ ପ୍ରଥମ କିରଣ ମନ୍ଦିରର ଗର୍ଭ ଗୃହ ରେ ପଡ଼େ।

ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରେ ପ୍ରସ୍ତୁତ ହେଉଥିବା ରାମ ମନ୍ଦିର ରେ ରାମ ଲାଲାଙ୍କ ମୂର୍ତ୍ତି ଉପରେ ଯେପରି ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡିବ ଏବଂ ସୂର୍ଯ୍ୟଙ୍କ ଉଦୟ ସହ ସୂର୍ଯ୍ୟଙ୍କ କିରଣ ମନ୍ଦିର ର ଗର୍ଭ ଗୃହକୁ ଆଲୋକିତ କରିବ ସେ ନେଇ ପ୍ରସ୍ତୁତି ଜୋର ଧରିଛି।ବର୍ତ୍ତମାନ ଏନେଇ ବୈଜ୍ଞାନିକ, ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଷୟିକ ବିଶେଷଜ୍ଞ ବିଚାର ବିମର୍ଷ କରୁଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ତେବେ ୨୦୨୩ ସୁଦ୍ଧା ଏହି ଭବ୍ୟ ମନ୍ଦିରର ନିର୍ମାଣ ଶେଷ ହେବ । ଓଡ଼ିଶାର ସୂର୍ଯ୍ୟ ମନ୍ଦିର ବିଶ୍ୱ ପ୍ରଶିଦ୍ଧ । ଯାହା ବ୍ଲାକ ପାଗୋଡ଼ା ନାମରେ ଜଣାଣୁଣା । ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା ।

ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ତିଆରି । ୧୨୩୮ ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ଓଡ଼ିଶାରେ ରାଜା ଲାଙ୍ଗୁଳା ନରସିଂହଦେବ ରାଜୁତୀ କରୁଥିଲେ । ସେ ସୂର୍ଯ୍ୟଙ୍କ ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳିବାକୁ ଇଛାକରିଥିଲେ । ରାଜାଙ୍କ ଆଦେଶରେ ରାଜ୍ୟର ଅନେକ କାରୀଗରଙ୍କ ମଧ୍ୟରୁ ୧୨୦୦ ଭଲ ଭଲ କାରୀଗରଙ୍କୁ ବଛାହୋଇ ମନ୍ଦିରର କାମ ଆରମ୍ଭ ହୋଇଥିଲା । ମନ୍ଦିର ତିଆରିରେ ମୂଖ୍ୟ କାରିଗର ଥିଲେ ବିଶୁ ମହାରଣା । ସମୂଦ୍ରକୂଳ ଚନ୍ଦ୍ରଭାଗାନଦୀ ମୂହାଣରେ ମନ୍ଦିରର ଆରମ୍ଭ ହୋଇଥିଲା ।

ମନ୍ଦିରଟି ଏକ ରଥ ଆକାରରେ ତିଆରି ହୋଇଥିଲା ଯେଉଁଥିରେ ସାତଟି ପଥର ଘୋଡା ଯୋଖା ହୋଇଛି । କିନ୍ତୁ ପରିଶ୍ରମ ସତ୍ତେ୍ୱ ଏହାର ମୁଣ୍ଡି ମରାଯାଇନଥିଲା । ଏ ହେଉଛି ଏକ ଏପରି ମନ୍ଦିର ଯେଉଁଠି ସୂର୍ଯ୍ୟଙ୍କ ପ୍ରଥମ କିରଣ ସୂର୍ଯ୍ୟନାରାୟଣଙ୍କ ଗର୍ଭଗୃହରେ ପଡ଼ିଥାଏ । ରାମ ମନ୍ଦିର ସୂର୍ଯ୍ୟ ମନ୍ଦିରର ଶୈଳୀକୁ ଅପଣାଇ ନିର୍ମାଣ କରାଯାଉଥିବା ବେଳେ ସୂର୍ଯ୍ୟ ମନ୍ଦିର କୁ ପ୍ରସ୍ତୁତ କରିଥିବା ୧୨୦୦ ବଢେଇ ଙ୍କ ଅବଦାନ ଏବଂ ଓଡ଼ିଆ ଜାତିର କାରିଗରୀ ର ପ୍ରତୀକ ହୋଇ ରହିବ ଯାହା ସବୁ ଦିନ ପାଇଁ ଓଡ଼ିଆ ଜାତି କୁ ମନେ ପକାଇବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking