27.1 C
Bhubaneswar
Sunday, January 23, 2022
Homeକରୋନାଏମିତି ବି ପୁଅ ଭାଗ୍ୟରେ ଥିଲେ ମିଳେ : ବାପାଙ୍କୁ କରୋନା ଟିକା ଦେବାକୁ କାନ୍ଧରେ...

ଏମିତି ବି ପୁଅ ଭାଗ୍ୟରେ ଥିଲେ ମିଳେ : ବାପାଙ୍କୁ କରୋନା ଟିକା ଦେବାକୁ କାନ୍ଧରେ ବୋହିଲା

ନୂଆଦିଲ୍ଲୀ: ବ୍ରାଜିଲର ଆମାଜନଠାରେ ଜଣେ ଯୁବକ ନିଜ ପିତାଙ୍କୁ କରୋନା ଟିକା ଦେବାକୁ ନିଜ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ୨୪ ବର୍ଷୀୟ ଯୁବକ ତାବି ନିଜର ୬୭ ବର୍ଷିୟ ପିତାଙ୍କୁ ପିଠିରେ ବସାଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାବି ଏଭଳି ଭାବେ ପୂରା ୬ ଘଣ୍ଟା ନିଜ ପିତାଙ୍କୁ ପିଠିରେ ବସାଇ ଚାଲିବା ପରେ ଟିକାକରଣ କେନ୍ଦ୍ରରେ ପହଞ୍ଚିଛନ୍ତି । ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ କହିଛନ୍ତି କି, ତାବିଙ୍କ ପିତାଙ୍କୁ ପ୍ରାୟତଃ କିଛି ଦେଖାଯାଉ ନାହିଁ । ଏହାସହ ସେ ବହୁମୁତ୍ର ସମସ୍ୟା କାରଣରୁ ଚଲାବୁଲା ବି କରିପାରୁ ନାହାଁନ୍ତି । ସେଥିପାଇଁ ତାବି ତାଙ୍କ ବାପାଙ୍କୁ କାନ୍ଧରେ ବସାଇ ଟିକା ଦେବାକୁ ଆଣିଥିଲେ । ଏହା ସେମାନଙ୍କ ଭିତରେ ଥିବା ଗଭୀର ସମ୍ପର୍କର ଏକ ନିଦର୍ଶନ । ଏହି ଫଟୋ ଜାନୁଆରି ୨୦୨୧ ମସିହାରେ ଉତ୍ତୋଳନ କରାଯାଇଥିବା ବେଳେ ଚଳିତ ବର୍ଷ ଜାନୁଆରି ୧ରେ ଏହାକୁ ଇନଷ୍ଟାରେ ପୋଷ୍ଟ କରିଥିଲେ ଡାକ୍ତର ଏରିକ ଜେନିଙ୍ଗ୍ସ ସିମୋସ । ଏଭଳି ଫଟୋ ଏବେ ଦେଖିବା ପ୍ରାୟ ଅସମ୍ଭବ । ଯେତେବେଳେ ବିଶ୍ୱର ଯୁବକମାନେ ସେମାନଙ୍କ ପିତାମାତାଙ୍କ ପାଇଁ ସାଧାରଣ କର୍ତ୍ତବ୍ୟ କରିବାକୁ କୁଣ୍ଠାବୋଧ କରୁଛନ୍ତି ଓ ଏହି କାରଣରୁ ଦେଶ ବିଦେଶରେ ଜରା ନିବାସ ସଂଖ୍ୟା ବଢିବାରେ ଲାଗିଛି, ସେଭଳି ସ୍ଥଳେ ଜଣେ ୨୪ ବର୍ଷୀୟ ଆଦିବାସୀ ଯୁବକ ନିଜ ପିତାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ ଏତେ ନିଷ୍ଠାର ସହ ପାଳନ କରିବାର ଚିତ୍ର ସତରେ ବିଶ୍ୱାସଯୋଗ୍ୟ ନୁହେଁ । ଏହାକୁ ଆମେ ଯଦି ଆମ ଭାଷାରେ କହିବା ତେବେ ତାବି ବ୍ରାଜିଲର ଜଣେ ଶ୍ରବଣକୁମାରଙ୍କ ଠାରୁ ବି କମ୍ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking