27.1 C
Bhubaneswar
Sunday, January 23, 2022
Homeଖେଳଟେଷ୍ଟ ଅଧିନାୟକ ପଦ ଛାଡିରେ ବିରାଟ କୋହଲୀ

ଟେଷ୍ଟ ଅଧିନାୟକ ପଦ ଛାଡିରେ ବିରାଟ କୋହଲୀ

ନୂଆଦିଲ୍ଲୀ: ବିରାଟ କୋହଲୀ ଦିନିକିଆ ଓ ଟି୨୦ ପରେ ଏବେ ଭାରତର ଟୋ୍‌ଟ ଟିମର ଅଧିନାୟକ ପଦ ବି ଛାଡି ଦେଇଛନ୍ତି । ସେ ଟ୍ୱିଟ କରି ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି । ଟିମ ଇଣ୍ଡିଆ ପାଇଁ ଏବେ ଯାଏ ୬୮ ଟେଷ୍ଟ ମ୍ୟାଚରେ ସେ ଅଧିନାୟକତ୍ୱ କରିଛନ୍ତି । ଏହା ମଧ୍ୟରେ ଭାରତ ୪୦ ମ୍ୟାଚରେ ବିଜୟ ହାସଲ କରିଛି ଓ ୧୭ରେ ପରାଜୟବରଣ କରିଛି । ଟିମ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜରେ ୧-୨ରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।
ଟ୍ୱିଟରେ ସେ ବର୍ତମାନ ପର୍ଯ୍ୟନ୍ତ ନିଜ ଲମ୍ବା ଯାତ୍ରା ସଂପ୍ରକରେ ବଖାଣିଛନ୍ତି । ୭ ବର୍ଷରେ କଠିନ ପରିଶ୍ରମ କରି ଟିମକୁ ସଠିକ ଦିଗରେ ନେବାକୁ ସେ ଚ୍‌ଷ୍‌ଟା କରିଛନ୍ତି । ନିଜ ଦାୟିତ୍ୱକୁ ଠିକ ଭାବରେ ପାଳନ କରିଛନ୍ତି । ବିସିସିଆଇକୁ ଧନ୍ୟାବଦ ଦେଇ ସେ ଲେଖିଛନ୍ତି ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହିଁବି । ସେମାନେ ମୋତେ ଲମ୍ବା ସମୟ ଧରି ଭାରତୀୟ କ୍ରିକେଟ ଟିମର ଅଧିନାୟକ ପଦରେ ରହିବାର ସୁଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking