28.1 C
Bhubaneswar
Friday, April 26, 2024
Homeକରୋନାବିଶ୍ୱରେ ଆଉ ୪,୮୨,୬୩୮ ସଂକ୍ରମିତ

ବିଶ୍ୱରେ ଆଉ ୪,୮୨,୬୩୮ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୮୨ହଜାର ୬୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୮ହଜାର ୧୩୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୨୬ଲକ୍ଷ ୬ହଜାର ୨୮୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ଲକ୍ଷ ୯୭ହଜାର ୩୮୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୯୧ଲକ୍ଷ ୮୪ହଜାର ୯୩୨ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୮ଲକ୍ଷ ୨୩ହଜାର ୯୬୭ ଜଣ ସକ୍ରିୟ ମାମଲା ରହିଛି ।

ସୂଚନାଯୋଗ୍ୟ , ବ୍ରାଜିଲରେ ୨କୋଟି ୯ ଲକ୍ଷ ୧୩ହଜାର ୫୭୮ ସଂକ୍ରମିତ ଓ ୫ଲକ୍ଷ ୮୪ ହଜାର ୨୦୮ମୃତ ଥିବାବେଳେ, ୟୁକେରେ ୭୦ ଲକ୍ଷ ୫୬ ହଜାର ୧୦୬ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୪୮୩ ମୃତ, ଋଷିଆରେ ୭୦ ଲକ୍ଷ ୪୭ ହଜାର ୮୮୦ ସଂକ୍ରମିତ ଓ ୧ଲକ୍ଷ ୮୮ ହଜାର ୭୮୫ ମୃତ, ଫ୍ରାନ୍ସରେ ୬୮ ଲକ୍ଷ ୫୪ ହଜାର ୨୮ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୧୫୯ ମୃତ, ତୁର୍କୀରେ ୬୫ ଲକ୍ଷ ୪୨ହଜାର ୬୫୪ ସଂକ୍ରମିତ ଓ ୫୮ ହଜାର ୬୫୧ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୧୧ହଜାର ୮୦୧ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୮୫୧ମୃତ, ଇରାନରେ ୫୧ ଲକ୍ଷ ୮୪ ହଜାର ୧୨୪ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୮୯୨ମୃତ, କଲୋମ୍ବିଆରେ ୪୯ ଲକ୍ଷ ୨୧ ହଜାର ୪୧୦ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୩୭୮ମୃତ, ସ୍ପେନରେ ୪୮ ଲକ୍ଷ ୯୨ ହଜାର ୬୪୦ ସଂକ୍ରମିତ ଓ ୮୫ ହଜାର ୬୬ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking