28.1 C
Bhubaneswar
Friday, March 29, 2024
Homeଓଡିଶାଶନିବାର ଖୋଲା ରହିବ ଶ୍ରୀମନ୍ଦିର

ଶନିବାର ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ବଢ଼ିଲା ଶ୍ରୀଜିଉଙ୍କ ଦର୍ଶନ ଅବଧି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ନେଇ ଆସିଲା ନୂଆ ଏସ୍ଓପି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀ ଶ୍ରୀମନ୍ଦିର ଦର୍ଶନ ଉପରେ ଲାଗିଥିବା କଟକଣାକୁ କୋହଳ କଲା ମନ୍ଦିର ପ୍ରଶାସନ । ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏବେ ଏହାର ଅବଧିକୁ ବଢାଇ ଦିଆଯାଇଛି । ଏବେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ ଓ ଶ୍ରଦ୍ଧାଳୁ।

ଏହା ସହ ପୂର୍ବରୁ ସପ୍ତାହକୁ କେବଳ ୫ଦିନ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଥିବା ବେଳେ ଏବେ ୬ଦିନ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ । ସପ୍ତାହାନ୍ତ ସଟଡାଉନ ହଟିବା ପରେ ଏବେ ଶନିବାର ମଧ୍ୟ ଶ୍ରୀଜିଉଙ୍କ ଦର୍ଶନକୁ ଅନୁମତି ଦେଇଛି ମନ୍ଦିର ପ୍ରଶାସନ । ଏବେ ସୋମବାରରୁ ଶନିବାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ରବିବାର ମନ୍ଦିର ବନ୍ଦ ରହିବ । ପୂର୍ବ ଏସ୍‌ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଥିଲେ। ଗଣେଶପୁଜା, ଦଶହରା ଓ ବିଶ୍ୱକର୍ମାପୂଜାରେ ବନ୍ଦ ରହିବ ଶ୍ରୀମନ୍ଦିର ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଥିଲା। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ରାଜ୍ୟର ସେପ୍ଟେମ୍ବର କୋଭିଡ ଗାଇଡଲାଇନ୍ ଆସିବା ପରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଶ୍ରୀମନ୍ଦିର ଏସଓପି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭକ୍ତଙ୍କ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ପୂର୍ବଭଳି ବାଧ୍ୟତାମୂଳକ ହେବ । ୨ ଡୋଜ୍ ଟିକାକରଣର ପ୍ରମାଣପତ୍ର ନିୟମ ବି ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking