29.1 C
Bhubaneswar
Thursday, November 12, 2026
Homeଦେଶ ବିଦେଶଜେନସନ୍ ହୁଆଙ୍ଗଙ୍କୁ ନେଇ ନୂଆ ବିବାଦ

ଜେନସନ୍ ହୁଆଙ୍ଗଙ୍କୁ ନେଇ ନୂଆ ବିବାଦ

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ AI ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ସିଇଓ ଜେନସନ୍ ହୁଆଙ୍ଗଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ବ୍ୟକ୍ତିଗତ ଜୀବନ ଓ କମ୍ପାନୀ ସମ୍ପର୍କିତ କିଛି ଅଭିଯୋଗକୁ ନେଇ ନୂଆ ବିବାଦ ସାମ୍ନାକୁ ଆସିଥିବା ଦାବି କରାଯାଉଛି । ତେବେ ଏହି ଦାବିଗୁଡ଼ିକର ସ୍ୱତନ୍ତ୍ର ପୁଷ୍ଟି ହୋଇନାହିଁ ।ଆମେରିକୀୟ ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଦାବି କରାଯାଉଛି ଯେ, ହୁଆଙ୍ଗଙ୍କର ଏନଭିଡିଆର ଜଣେ ବରିଷ୍ଠ ମହିଳା ଭାଇସ୍ ପ୍ରେସିଡେଣ୍ଟଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରହିଥିଲା । ଉକ୍ତ ମହିଳା ଜଣକ ତାଙ୍କ ଅଧୀନରେ କାମ କରୁଥିବା ମଧ୍ୟ କୁହାଯାଉଛି । ଏହା ପୂର୍ବରୁ ଜଣେ ମହିଳାଙ୍କ ସହ ସମ୍ପର୍କ ଓ ତାଙ୍କର ଚୀନ୍‌ ସହ ଗୁପ୍ତଚର ଲିଙ୍କ୍ ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିବା ଦାବି ହୋଇଥିଲା ।ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ହୁଆଙ୍ଗ ନିଜ କର୍ମଚାରୀଙ୍କୁ ଇମେଲ୍‌ ଜରିଆରେ ବ୍ୟକ୍ତିଗତ ସମ୍ପର୍କ ପାଇଁ କ୍ଷମା ମାଗିଥିବା ଦାବି ମଧ୍ୟ ରହିଛି। ଅନ୍ୟପଟେ, କମ୍ପାନୀର ଗୋପନୀୟ ତଥ୍ୟ ଲିକ୍‌ ହୋଇଛି କି ନାହିଁ, ସେନେଇ ତଦନ୍ତ ଚାଲିଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking