29.1 C
Bhubaneswar
Thursday, November 12, 2026
Homeଓଡିଶାକ୍ରୀଡ଼ାର ଏନ୍ତୁଡ଼ିଶାଳରେ ମନ୍ତ୍ରୀ ସୂରଜ: ଭିତ୍ତିଭୂମିର କଲେ ସମୀକ୍ଷା

କ୍ରୀଡ଼ାର ଏନ୍ତୁଡ଼ିଶାଳରେ ମନ୍ତ୍ରୀ ସୂରଜ: ଭିତ୍ତିଭୂମିର କଲେ ସମୀକ୍ଷା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଦିନିକିଆ ଗସ୍ତରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ରେ କ୍ରୀଡ଼ା ଭିତ୍ତିଭୂମି ଏବଂ ଖେଳାଳିଙ୍କ ସୁବିଧା ସୁଯୋଗର ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଗସ୍ତ ଅବସରରେ ପ୍ରଥମେ ସୁନ୍ଦରଗଡ଼ ସ୍ପୋର୍ଟସ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ସେଠାରେ ଥିବା କ୍ରୀଡ଼ା ଭିତ୍ତିଭୂମି, ଅଭ୍ୟାସ ପଡ଼ିଆ ଏବଂ ଖେଳାଳିଙ୍କ ପାଇଁ ଉପଲବ୍ଧ ଆନୁଷଙ୍ଗିକ ସୁବିଧାର ତଦାରଖ କରିଥିଲେ। ଏହାସହ ଅଭ୍ୟାସ କରୁଥିବା ଯୁବ ଖେଳାଳି ଓ କୋଚ୍‌ମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ।ଏହାପରେ ମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିଦର୍ଶନ କରିଥିଲେ। ସେଠାରେ ସମ୍ପାଦକ ପ୍ରଭାତ ଭୋଳଙ୍କ ସହ ଜିଲ୍ଲାରେ କ୍ରୀଡ଼ାର ବିକାଶ ଏବଂ ଭିତ୍ତିଭୂମିର ଉନ୍ନତି ନେଇ ଆଲୋଚନା କରିଥିଲେ। ହକି ସମେତ ବିଭିନ୍ନ କ୍ରୀଡ଼ାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁ ଖେଳାଳିଙ୍କୁ ଅଧିକ ସୁବିଧା ଓ ପ୍ରୋତ୍ସାହନ ଯୋଗାଇବା ଉପରେ ଆଲୋଚନା ହୋଇଛି।

ଏହି ଅବସରରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର, ସିଡିଓ ତଥା ଇଓ ସୁରଞ୍ଜନ ସାହୁଙ୍କ ସମେତ ବୁଦ୍ଧିଜୀବୀ ଓ ବରିଷ୍ଠ ଖେଳାଳି ଉପସ୍ଥିତ ଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଓ ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking