29.1 C
Bhubaneswar
Thursday, November 12, 2026
Homeଦେଶ ବିଦେଶକେଜ୍ରିୱାଲଙ୍କୁ ୭ କୋଟି ଦାଦାବଟି ଧମକ

କେଜ୍ରିୱାଲଙ୍କୁ ୭ କୋଟି ଦାଦାବଟି ଧମକ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ଝିଅଙ୍କୁ ହତ୍ୟା ଧମକ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ୭ କୋଟି ଟଙ୍କା ଦାଦାବଟି ମାଗିଥିଲା ଜଣେ ଅଜଣା ବ୍ୟକ୍ତି। ଟଙ୍କା ନଦେଲେ କେଜ୍ରିୱାଲ ଓ ତାଙ୍କ ଝିଅ ହର୍ଷିତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ତେବେ ପଞ୍ଜାବ ପୋଲିସର ତଦନ୍ତରୁ ଏହି ଧମକ ଏକ ଗୁଜବ ବା ହୋକ୍ସ ବୋଲି ଜଣାପଡ଼ିଛି। ଧରାପଡ଼ିଥିବା ବ୍ୟକ୍ତିଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ କୌଣସି ସମ୍ପର୍କ ନଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ଧମକ ମିଳିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ନିଜକୁ ପରିଚୟ ଦେଇଥିବା ଜଣେ ବ୍ୟକ୍ତି ୭ କୋଟି ଟଙ୍କା ଦାବି କରିଥିଲା। ଟଙ୍କା ନଦେଲେ କେଜ୍ରିୱାଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking