29.1 C
Bhubaneswar
Thursday, November 12, 2026
Homeଓଡିଶାବୈତରଣୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ

ବୈତରଣୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ

ଯାଜପୁର: ଯାଜପୁରରେ ଅଘଟଣ । ଖୁସିରେ ବୁଲିବାକୁ ଆସିଥିଲେ, ହେଲେ ଫେରିଲା ମୃତଦେହ । ବୈତରଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ।ଖବର ଅନୁଯାୟୀ, ଉଭୟେ ବାହାର ରାଜ୍ୟର ପର୍ଯ୍ୟଟକ । ବାରୁଣୀ ଘାଟ ବରାହ ନିକଟରେ ନଦୀରେ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ ଦୁଇ ପର୍ଯ୍ୟଟକ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।ଅନ୍ୟପଟେ, ଦୁଇ ପର୍ଯ୍ୟଟକ କେଉଁ ପରିସ୍ଥିତିରେ ନଦୀରେ ବୁଡ଼ିଲେ, ସେନେଇ ଅଧିକ ତଥ୍ୟ ଜଣାପଡ଼ିନାହିଁ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପର୍ଯ୍ୟଟନ ଓ ଅବକାଶର ମୁହୂର୍ତ୍ତ ଏଭଳି ଦୁଃଖଦ ଘଟଣାରେ ପରିଣତ ହେବା ସମସ୍ତଙ୍କୁ ସ୍ତବ୍ଧ କରିଛି । ନଦୀରେ ଗାଧୋଇବା ସମୟରେ ସତର୍କତା ଅବଲମ୍ବନ କରିବା ସହ ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ଜରୁରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking