39.1 C
Bhubaneswar
Friday, April 26, 2024
HomeUncategorizedକଣ ପାଇଁ ଇଂଗ୍ରେଜମାନେ ନେତାଜୀଙ୍କୁ ଡରୁଥିଲେ?

କଣ ପାଇଁ ଇଂଗ୍ରେଜମାନେ ନେତାଜୀଙ୍କୁ ଡରୁଥିଲେ?

ଭୁବନେଶ୍ୱର : ଦେଶର ଏହି ମହାନ ମହାନାୟକଙ୍କ ବିଷୟରେ ଦେଶବାସୀଙ୍କ ଭିତରେ ବହୁତସାରା ପ୍ରଶ୍ନଉଠେ । ପରଦା ପଛର ସେହି ଇତିହାସ ଆଜିବି ଇଂଟରନେଟରେ ମହଜୁତ ନାହିଁ । ନେତାଜୀ ସୁବାଷ ଚନ୍ଦ୍ର ବୋଷ କିପରି ହେଲେ ଦେଶର ମହାନାୟକ । ନେତାଜୀଙ୍କର ମୃତ୍ୟୁ ସତରେ କ’ଣ ବିମାନ ଦୁର୍ଘଟଣାରେ ହାଇଥିଲା କି ନାହିଁ । କିପରି ମିଳିଲା ଦେଶକୁ ସ୍ୱାଧୀନତା । ନେତାଜୀଙ୍କ ଦ୍ୱାରା କ’ଣ ପାଇଁ ଇଂଗ୍ରେଜ ମାନେ ନେତାଜୀଙ୍କୁ ଏତେ ମାତ୍ରାରେ ଡ଼ରୁଥିଲେ । ଆଉ କ’ଣ ପାଇଁ ଜର୍ମାନୀଠୁ ନେଇ ରଷିଆ ଓ ଜାପାନ ଭଳି ଦେଶ ନେତାଜୀଙ୍କର ସମ୍ମାନ କରୁଥିଲେ ।
୧୯୪୭ରେ ଆମ ଦେଶର ସ୍ୱାଧିନତା ସମୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ କ୍ୟାଲମେଟ ଏଟଲି ଥିଲେ । ସ୍ୱତନ୍ତ୍ରତା ପରେ ଏଟଲି ପ୍ରଥମ ଥର ୧୯୫୬ ଅକ୍ଟୋବରରେ ଭାରତ ଆସିଥିଲେ । ସେତେବେଳେ ତାଙ୍କର ଅତିଥିତ୍ୱ କାର୍ଯ୍ୟକାରୀ ଗଭର୍ଣ୍ଣର ଫଣିଭୁଷଣ ଚର୍କବର୍ତ୍ତୀ କରିଥିଲେ । ଯିବା ଆସିବା ଏବଂ ଯୋଗାଯୋଗ ଭିତରେ ଫଣିଭୁଷଣ ଏଟିଲଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ପ୍ରଶ୍ନ ଥିଲାକି ଆପଣ ଯେଉଁ କାରଣ ପାଇଁ ଭାରତକୁ ଆଜାଦୀ ପାଇଁ ସାହାଯ୍ୟ କଲେ ସେଥିରେ ମହାତ୍ମା ଗାନ୍ଧୀଙ୍କ ସ୍ୱତନ୍ତ୍ରତା ସଂଗ୍ରାମର କେତେ ଯୋଗଦାନ ଥିଲା । ଏହାର ଉତ୍ତରରେ ଏଟଲି କହିଲେ ବହୁତ କମ । ସତ କହିବାକୁ ଗଲେ ଏଟଲିଙ୍କ ଏହି ଜବାବ ଭୂଲ ନଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏକ୍ସସିସ ଓ ଆଲଇନସ ଦୁଇ ଦେଶ ମଧ୍ୟରେ ଏତେ ସାମର୍ଥ୍ୟ ନଥିଲା କି ସେ କେଉଁ ବଡ଼ ଦେଶକୁ ଶାସନ କରିପାରିବେ । ଶ୍ରୀଲଙ୍କା ଓ ମିଆଁମାରକୁ ୧୯୪୮ରେ ଇଂଗ୍ରେଜ ମାନେ ସ୍ୱାଧୀନ କରିଦେଲେ । ଇଜପଟକୁ ମାତ୍ର ୩୪ବର୍ଷ ମଧ୍ୟରେ ୧୯୫୨ରେ ଆଜାଦ କରିଦେଲେ । ମାଲେସିଆକୁ ୧୯୫୭ରେ ସ୍ୱତନ୍ତ୍ର କରିଦେଲେ । ନେଦରଲ୍ୟାଣ୍ଡ , ଡଚଇଷ୍ଟ ଇଣ୍ଡିଆ ଏବଂ ଇଣ୍ଡୋନେସିଆରୁ ୧୯୪୯ ମସିହାରେ ଇଂଗ୍ରେଜ ମାନେ ପଳାୟନ କରିଥିଲେ । ବୁଝିବାର କଥା ଏହା କି ଭାରତଛଡ଼ା ଅନ୍ୟ କେଉଁ ଦେଶରେ ମହାତ୍ମାଗାନ୍ଧୀ ନଥିଲେ । ତଥାବି ଏସବୁ ଦେଶ ସ୍ୱତନ୍ତ୍ର ହେଲା । ତେବେ ଏହାର କାରଣ କ’ଣ ଥିଲା । କିନ୍ତୁ ଏଟଲି ଏବଂ ଇଂଗ୍ରେଜକୁ ଭାରତର ଆଜାଦି ପୂର୍ବରୁ ଏବଂ ପରେ ଯଦି କାହାକୁ ଡର ଥିଲା ସେ ହେଲେ ନେତାଜୀ ସୁବାଷ ଚନ୍ଦ୍ର ବୋଷ । କାହିଁକି ନା ନେତାଜୀ ସୁବାଷ ବୋଷ ଏକା ଧାରାରେ ଜଣେ ମହାନ ବିପ୍ଳବୀ, ଉତମ ସଙ୍ଗଠକ, ପରାକ୍ରମୀ ବୀର, ଦେଶପ୍ରେମୀ ଏବଂ ଜଣେ ତୁଙ୍ଗ ଜନନାୟକ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking