33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ସୋମବାର ସକାଳ ୧୧ଟା ସମୟରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭାଗ ନେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଉଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବା ସହ ନିଜର ଉଦବୋଧନ ଆରମ୍ଭ କରିଛନ୍ତି। ସେ କହିଛନ୍ତି….
“ନମସ୍କାର”, ପୁଣି ଥରେ ଆପଣଙ୍କ ବନ୍ଧୁ ଆପଣଙ୍କ ପାଖରେ ପହଞ୍ଚିଛି। ଏହି ଦଶନ୍ଧି ହେଉଛି ସମ୍ଭାବନାର ଦଶନ୍ଧି ଏଥିରେ ଆପଣମାନଙ୍କ ଯୋଗଦାନ ମହତ୍ଵପୂର୍ଣ୍ଣ। ମୋର ସବୁ କାମ ଅପେକ୍ଷା ମୋତେ ପରୀକ୍ଷା ପେ ଚର୍ଚ୍ଚା କାର‌୍ୟ୍ୟକ୍ରମ ଖୁବ୍ ଭଲଲାଗେ। ପିଲାଙ୍କ ସହ ମିଶିଲେ ମୋତେ ବିଭିନ୍ନ ଅନୁଭୂତି ମିଳିଥାଏ। ପରୀକ୍ଷା ପୂର୍ବରୁ ପଲାମାନଙ୍କର ଅଭିବାବକମାନେ ମଧ୍ୟ ଚାପରେ ରହିଥାନ୍ତି। ତେଣୁ ମୋତେ ଆପଣଙ୍କ ବାପା ଓ ମାଆଙ୍କ ବୋଝ ହ୍ରାସ କରିବାକୁ ପଡ଼ିବ ବୋଲି ମୋଦୀ କହିଛନ୍ତି। ଅନେକ ସମୟରେ ବାହ୍ୟ ପରିସ୍ଥିତି ପିଲାଙ୍କ ମୁଡ଼ ଅଫ୍ କରିଦିଏ। ସମାଜର ଯେକୌଣସି ବ୍ୟକ୍ତି ମଧ୍ୟ ଏମିତି ପରିସ୍ଥିତିର ଶିକାର ହୋଇଥାନ୍ତି। କିନ୍ତୁ ଏଭଳି ସମୟରେ ସେଲଫ ମୋଟିଭେସନ୍ ବହୁତ ଜରୁରୀ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking