30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶNEET-JEE ପରୀକ୍ଷାକୁ ଗ୍ରୀନ ସିଗନାଲ

NEET-JEE ପରୀକ୍ଷାକୁ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: NEET-JEE ପରୀକ୍ଷାକୁ ଗ୍ରୀନ ସିଗନାଲ। ପରୀକ୍ଷା କରିବା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ଏହା ସହିତ ପରୀକ୍ଷା ନେଇ କେନ୍ଦ୍ର ସରକାରଙ୍କ ଯୋଜନାକୁ ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ମେନ୍ସକୁ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ଆବେଦନକୁ ଖାରଜ କରିବା ସହ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଦେଶର ସବୁକିଛି ବନ୍ଦ କରାଯିବା ଉଚିତ କି? ଏପରି ଗୋଟିଏ ମୂଲ୍ୟବାନ ବର୍ଷକୁ ନଷ୍ଟ କରିବା ଉଚିତ୍ ହେବକି ?
କୋଭିଡ -19 ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ JEE ମେନ୍ସ ଏବଂ NEET UG ପରୀକ୍ଷାକୁ ସ୍ଥଗିତ ରଖିବାକୁ ଏକ ପିଟିଶନରେ ଆବେଦନ କରାଯାଇଥିଲା। ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। JEE ପରୀକ୍ଷା ପାଇଁ ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ତାରିଖ ଚୂଡାନ୍ତ ହୋଇଛି। ସେହିପରି 13 ସେପ୍ଟେମ୍ବରରେ NEET ପରୀକ୍ଷା ହେବାର ଯୋଜନା ରହିଛି। 11 ଟି ରାଜ୍ୟର ଛାତ୍ର ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। କରୋନା ମହାମାରୀକୁ ଦର୍ଶାଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ର ଜୁଲାଇ 3 ନୋଟିସକୁ ବାତିଲ କରିବାକୁ ଏହି ଆବେଦନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking