33.1 C
Bhubaneswar
Saturday, April 27, 2024
Homeକର୍ପୋରେଟ୍ଟାଟା ଗ୍ରୁପର ଅଧ୍ୟକ୍ଷ ପଦ ବଜାୟ ରଖିବେ ସାଇରସ ମିସ୍ତ୍ରୀ : ଏନସିଏଲଟି ଚନ୍ଦ୍ରଶେଖରନଙ୍କ ନିଯୁକ୍ତି...

ଟାଟା ଗ୍ରୁପର ଅଧ୍ୟକ୍ଷ ପଦ ବଜାୟ ରଖିବେ ସାଇରସ ମିସ୍ତ୍ରୀ : ଏନସିଏଲଟି ଚନ୍ଦ୍ରଶେଖରନଙ୍କ ନିଯୁକ୍ତି ବେଆଇନ

ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ସାଇରସ ମିସ୍ତ୍ରୀଙ୍କୁ ହଟାଇ ଟାଟା କମ୍ପାନୀକୁ କୋର୍ଟର ଝଟକା ଲାଗିଛି । ଜାତୀୟ କମ୍ପାନୀ ଆଇନ ଆପିଲିଏଟ ଟ୍ରିବୁନାଲ ସାିରସ ମିସ୍ତ୍ରୀଙ୍କୁ ପଦ ବଜାୟ ରଖିବା ପାଇଁ ଆଦେଶ ଦେିଛନ୍ତି । ଟାଟା ସନ୍ସରେ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ନେ ଚନ୍ଦ୍ରଶେଖରଙ୍କ ନିଯୁକ୍ତିକୁ ବେଆଇନ ବୋଲି ଦର୍ଶାଇଛନ୍ତି । ଟାଟା ସନ୍ସ ଓ ସଇରସ ମିସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଅଦାଲତି ବିବାଦର ଶୁଣାଣି ଜୁଲାଇ ମାସରେ ସରିଥିଲା । ଶୁଣାଣି ପରେ ଏନସିଏଲଟି ରାୟକୁ ସଂରକ୍ଷିତ ରଖିଥିଲେ । ବୁଧବାର ଏନସିଏଲଏଟି ଟାଟାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସାଇରସ ମିସ୍ତ୍ରୀଙ୍କୁ ନିଯୁକ୍ତ କରିବା ସହ ପୂର୍ବରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଏନ ଚନ୍ଦ୍ରଶେଖରଙ୍କ ନିଯୁକ୍ତିକୁ ବେଆଇନ ସାବ୍ୟସ୍ତ କରିଛନ୍ତି । ହେଲେ ଏନସିଏଲଏଟି ଚେୟାରମ୍ୟାନ ଜଷ୍ଟିସ ଏସ ଜେ ମୁଖୋପାଧାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ,ସାଇରସ ମିସ୍ତ୍ରୀଙ୍କୁ ପୁନଃ ସ୍ତାପନ କରିବା ପାଇଁ ଯେଉଁ ରାୟ ଦିଆଯାଇଛି ତାହାର କାର୍ଯ୍ୟକାରୀତାକୁ ସ୍ତଗିତ ରଖିଛନ୍ତି ଏବଂ ତାହା ଉପରେ ଟାଟାକୁ ଚାରି ସପ୍ତାହ ମଧ୍ୟରେ ଆବେଦନ କରିବାକୁ ସମୟ ଦେଇଛନ୍ତି । ଟାଟା ସନ୍ସ ପବ୍ଲିକ ଫାର୍ମରୁ ପ୍ରାଇଭେଟ କମ୍ପାନୀରେ ପରିବର୍ତ୍ତନ ହେବା ନେଇ ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଏନସିଏଲଟି ରଦ୍ଦ କରି ଦେଇଛନ୍ତି । ସାଇରସ ମିସ୍ତ୍ରୀ ହେଉଛନ୍ତି ଦ୍ୱିତଶାଳୀ ସାପୋଲନଜି ପାଲୋନଜି ପରିବାରର ଯୁବ ସଦସ୍ୟ । ତାଙ୍କର ଟାଟା ସନ୍ସରେ ସ୍ୱଳ୍ପ ଅଂଶ ଧନ ଥିଲା । ତାଙ୍କୁ ଅକ୍ଟୋବର ୨୦୧୬ରେ ଯେତେବେଳେ ଅଧ୍ୟକ୍ଷ ପଦରୁ ହଟାଇ ଦିଆଗଲା ସେ ଟାଟ ସନ୍ସ ଓ ଟାଟା ପରିବାରର ପି ରତନ ଟାଟାଙ୍କ ବିରୁଦ୍ଧରେ ଆଇନର ସହାୟତା ନେଇଥିଲେ । ମିସ୍ତ୍ରୀ ଟାଟା ଉପରେ ମ୍ୟାନେଜମେଣ୍ଟର ପରିଚାଳନାଗତ ତ୍ରୁଟି ଓ ସ୍ୱଳ୍ପ ଅଂଶୀଦାରମାନଙ୍କ ସ୍ୱାର୍ଥକୁ ରକ୍ଷା କରା ଯାଉ ନଥିବା ନେଇ ଅଭିଯୋଗ ଆଣିଥିଲେ ଯାହକୁ ଟାଟା ଭିତ୍ତିହୀନ ବୋଲି ପ୍ରକାଶ କରିଥିଲା । ଟାଟାରେ ମିସ୍ତ୍ରୀ ପରିବାର ୧୮.୪ ପ୍ରତିଶତ ଅଂଶୀଦାର ବୋଲି କହିବା ସହ ତାଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ରତନ ଟାଟା କହିଥିଲେ । ପୂର୍ବରୁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ ଏନସିଏଲଟି ସାଇରସ ମିସ୍ତ୍ରୀଙ୍କର ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ,କାରଣ ପୁଞ୍ଜି ବିନିଯୋଗକାରୀଙ୍କ ସର୍ବନିମ୍ନ ଅଂଶଧନ ରହିବାର ଯେଉଁ ବ୍ୟବସ୍ଥା ରହିଛି ତାହା ତାଙ୍କର ନଥିଲା । ଏନସିଏଲଟି କହିଛନ୍ତି ସାଇରସ ମିସ୍ତ୍ରୀ ଯେଉଁ ସର୍ତ୍ତ ରହିଛି ତାହା ପୂରଣ କରୁ ନାହାଁନ୍ତି । ତେଣୁ ସେ ଯେଉଁ ଅନୁରୋଧ କରିଛନ୍ତି ତାକୁ ଗ୍ରହଣ କରିବାକୁ କୋର୍ଟ ମନା କରିଦେଲେ । ୨୦୧୭ସେପେଟେମ୍ବରରେ ରେ ଏନସିଏଲଟର ଏକ ରାୟକୁ ଭିତ୍ତି କରି ମିସ୍ତ୍ରୀ ଏନସିଏଲଟିର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ , ମିସ୍ତ୍ରୀ ତାଙ୍କ ଫାର୍ମ ସାଇରସ ଇନଭେଷ୍ଟମେଣ୍ଟ ମାଧ୍ୟମରେ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ଏନସିଏଲଟିର ରାୟକୁ ଭିତ୍ତି କରି ପରିଚାଳନା ସହେଯାଗୀ ଲିଗାସିଜମର ପରିଚାଳନା ସହେଯାଗୀ ସୁହାଷ ତୁଲଜାପୁରକର କହିଛନ୍ତି , ଜଣେ ନିର୍ଦ୍ଦେଶକଙ୍କୁ ତାଙ୍କ ପଦରୁ ବହିଷ୍କୃତ କରିବା ଏକ ନିର୍ଦ୍ଧିଷ୍ଟ ଘଟଣା । କମ ଅଂଶୀଦାରଙ୍କ ସମ୍ପର୍କରେ ଆଇନରେ ଯେଉଁ ବ୍ୟବସ୍ଥା ରହିଛି ସେହି ଅନୁସାରେ ଏହା କରା ଯାଇନାହିଁ ।
ଆବେଦନକୁ ଗ୍ରହଣ କରି ସାଇରସ ମିସ୍ତ୍ରୀଙ୍କୁ ଯେଉଁବଳି ଭାବରେ ହଟାଇ ଦିଆ ଗଲା ତାହା ବିରୁଦ୍ଧରେ ଏନସିଲେଟିରେ ଆବେଦନ କରିବା ପରେ କୋର୍ଟ ତାଙ୍କୁ ସୁରକ୍ଷା ଦେଇଛନ୍ତି । କୋର୍ଟ ମାମଲାର ଗୁରୁତ୍ୱକୁ ନଦେଖି ଆଇନର ବ୍ୟବସ୍ଥାରେ ଯାଇଛନ୍ତି । ଏନସିଏଲଟି ନୁହେଁ ଏନସିଏଲଟି କେବଳ ମାମଲାର ଦକ୍ଷତାକୁ ଦେଖି କରିଛନ୍ତି । ତେଣୁ ସୁହାଶ କପୁରଙ୍କ ମତରେ ସ୍ୱଳ୍ପ ଅଂଶୀଦାରଙ୍କ ପକ୍ଷରେ ଏହା ଏକ ନିର୍ଦ୍ଧିଷ୍ଟ ଘଟଣା । ସେଥିପାଇଁ ଏନସିଆଲଟି ଏଭଳି ଆଦେଶ ଦେଇଛନ୍ତି । ଏହା ସ୍ୱାଭାବିକ । ସେଥିପାଇଁ ମିସ୍ତ୍ରୀ ଗ୍ରୁପ ସପକ୍ଷରେ ରାୟ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking