34.1 C
Bhubaneswar
Thursday, April 25, 2024
Homeଅପରାଧଯବାନଙ୍କ ନାଁରେ କଳଙ୍କ

ଯବାନଙ୍କ ନାଁରେ କଳଙ୍କ

ସୁନ୍ଦରଗଡ଼: ଦୁଷ୍କର୍ମ , ଅସଦାଚରଣ , ଦୁର୍ବ୍ୟବହାର ଭଳି ଘଟଣା ଦିନକୁ ଦିନ ବଢିବାରେ ଲାଗିଛି ହେଲେ କମିବାର ନାଁ ଧରୁନି । ତେବେ ପୁରୀ ଦୁଷ୍କର୍ମ ଘଟଣା ପରେ ଏବେ ସୁନ୍ଦରଗଡରୁ ଏକ ଦୁଷ୍କର୍ମ ଅଭିଯୋଗ ଆସିଛି । ସେ ପୁଣି ଜଣେ ଯବାନଙ୍କ ନାଁରେ । ଏଭଳି ଲଜ୍ଜା ଜନକ ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏନେଇ ଅଭିଯୁକ୍ତ ଯବାନ ମଧ୍ୟ ନିଜ ଦୋଷ ସ୍ୱୀକାର କରି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ବିରେନ୍ଦ୍ର ସାମାଡ ନାମକ ଜଣେ ଯୁବକଙ୍କ ଲହୁଣିପଡା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ବିରେନ୍ଦ୍ର ଜଣେ ଯବାନ ବୋଲି ଜଣାପଡିଛି । ଯବାନ ଜଣକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଖାଲି ସେତିକି ନୁହେଁ ବିବାହ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ବିବାହ କରିବାକୁ ସମୟ ଆସିବାରୁ ଯବାନ ଜଣକ ତାଙ୍କଠାରୁ ମୁହଁ ଫେରାଇ ନେଇଥିଲେ । ବାଧ୍ୟ ହୋଇ ଗତ ଅକ୍ଟୋବର ୧୭ ତାରିଖରେ ନାବାଳିକା ଜଣକ ଲହୁଣୀପଡ଼ା ଥାନାରେ ଏତଲା ଦେଇଥିଲେ । ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଦୁଇ ମାସ ପରେ ବାଧ୍ୟ ହୋଇ ଯବାନ ଜଣକ ମଙ୍ଗଳବାର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking