37.2 C
Bhubaneswar
Friday, April 19, 2024
Homeଓଡିଶାବିଡିଓଙ୍କ ବଦଳି ଦାବି କରି ବ୍ଲକ କାର୍ଯ୍ୟାଳୟ ଘେରାଉ

ବିଡିଓଙ୍କ ବଦଳି ଦାବି କରି ବ୍ଲକ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି: ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲା ଖଇରପୁଟ ପଞ୍ଚାୟତ । ମାଲକାନଗିରି ଖଇରପୁଟ ପଞ୍ଚାୟତ ସମିତିର ଶତାଧିକ ଲୋକେ ଆଜି ଧାରଣା ଦେଇଛନ୍ତି । ସମିତି ସଭ୍ୟ ଓ ସରପଞ୍ଚମାନଙ୍କ କୌଣସି କଥା ଖଇରପୁଟର ବିଡିଓ ବିଶ୍ବଜିତ ବରମନ ଶୁଣୁନଥିବାର ଅଭିଯୋଗ କରି ସ୍ଥାନୀୟ ପ୍ରତିନିଧି ଶହଶହ ବଣ୍ଡା ଆଦିବାସୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ ଠାରୁ ଭତ୍ତା କାର୍ଡ ପର‌୍ୟ୍ୟନ୍ତ, ଯେ କୌଣସି କାମ ଲାଗି ଲୋକଙ୍କ ଠାରୁ ବିଡିଓ ଲାଞ୍ଚ ନେଉଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ବିଡିଓଙ୍କ ତୁରନ୍ତ ବଦଳି ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଆଦିବାସୀ ଲୋକେ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ, ବିଡିଓଙ୍କ ବଦଳି କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଇରପୁଟ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପ୍ରତିନିଧି ।
https://onakhabar.com/2019/12/18/bjp-again-demaned-cbi-enquiry-on-smitarani-issue/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking