40.1 C
Bhubaneswar
Thursday, April 25, 2024
Homeଓଡିଶାମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ପୁଲିସର ନିଷ୍କ୍ରିୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ପୁଲିସର ନିଷ୍କ୍ରିୟତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା : ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଟାଉନ ଥାନା ପୁଲିସର ନିଷ୍କ୍ରିୟତା ବିରୋଧରେ ପୀଡିତ ମହିଳା ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଟାଉନ ଥାନା ଅନ୍ତର୍ଗତ ସାରଙ୍ଗ ଗ୍ରାମର ମୂରଲୀଧର ପରିଡାଙ୍କ ପତ୍ନୀ ରେବତୀ ପରିଡା ଅଭିଯୋଗ କରିଛନ୍ତି ଯେ, ଗତ ୫ତାରିଖ ରାତି ପ୍ରାୟ ୧୦ଟା ସମୟରେ ସେ ଶ୍ରୀବଳଦେବଜୀଉଙ୍କ ବଡସିଂହାର ବେଶ ଦର୍ଶନ କରି ଘରକୁ ଫେରୁଥିବା ବାଟରେ ସାରଙ୍ଗ ଗ୍ରାମର ଓକିଲ ଅନନ୍ତ ଚରଣ ଖଟୁଆ ଏବଂ ତାଙ୍କ ପୁଅ ଆଶିଷ ଖଟୁଆ ରେବତୀଙ୍କୁ ଜୋରଜବରଦସ୍ତ ଅଟକାଇ ଧକ୍କା, ତଣ୍ଟିଆ ମାରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିରଞ୍ଜନ ପ୍ରଧାନ ଓ ତା’ର ପରିବାର ନାମରେ କରିଥିବା ଜିଆର କେଶ କୁ କାହିଁକି ଉଠାଉନାହୁଁ ବୋଲି ଧମକ ଦେଇଥିଲେ । ଏଥିସହିତ ରେବତୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ବେଳେ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ ଏବଂ ରେବତୀଙ୍କ ପିନ୍ଧା ଲୁଗାକୁ ଟାଣିଦେଇ ତାଙ୍କୁ ବେଇଜ୍ଜତ କରିଥିବା ଓ ତା’ର ଘର ପୋଡିଦେଇ ପରିବାର ବର୍ଗକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ରେବତୀ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପୁଲିସ ସେହି ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଥିଲେ ମଧ୍ୟ ଆସାମୀଙ୍କୁ ଗିରଫ ନିମନ୍ତେ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଛନ୍ତି । ଆସାମୀମାନେ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ସେ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking