29.1 C
Bhubaneswar
Sunday, May 5, 2024
Homeଓଡିଶାଖୋଲିଲା ବସ୍ତାନୀ, ହସିଲେ ଶିଶୁ

ଖୋଲିଲା ବସ୍ତାନୀ, ହସିଲେ ଶିଶୁ

ନୟାଗଡ଼ : ଡି.ଆଇ.ଇ.ଟି. ନୟାଗଡ଼,ରାଜସୁନାଖଳା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡିଶା ସରକାରଙ୍କ ଅଧିନସ୍ଥ ଏସ.ସି.ଇ.ଆର.ଟି.ଙ୍କ ଅଭିନବ ପ୍ରୟାସ ଅଲଟରନେଟିଭ ଇଣ୍ଟରରଣସିପ(ଶିକ୍ଷଣ-ଶିକ୍ଷାଦାନ) ତିନି ମାସିଆ କାର୍ଯ୍ୟକ୍ରମକୁ ତା୧୫/୦୭/୨୦୨୧ଠାରୁ ଆରମ୍ଭ କରିଛନ୍ତି । ମହାମାରୀ କରୋନା ସଂକ୍ରମଣ ସମୟରେ ବିଦ୍ୟାଳୟ ବନ୍ଦ ଥିବା ଅବସ୍ଥାରେ ଅନଲାଇନ ଶିକ୍ଷାରୁ ବଞ୍ଚିତ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଏହି ବିକଳ୍ପ ବ୍ୟବସ୍ଥାକୁ ନୟାଗଡ଼ ଜିଲ୍ଲାରେ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଡି.ଆଇ.ଇ.ଟି,ନୟାଗଡ଼ ସୁଚିନ୍ତିତ ଯୋଜନା କରି କାର୍ଯ୍ୟକାରୀ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଡି.ଆଇ.ଇ.ଟି ନୟାଗଡ଼,ରାଜସୁନାଖଳାର 98ଜଣ ଗୁରୁଛାତ୍ରଛାତ୍ରୀ ନୟାଗଡ଼ ଜିଲ୍ଲା ସହ ଅନ୍ୟ ଆଠଟି ଜିଲ୍ଲା ଯଥା-ଅନୁଗୋଳ,କଟକ,ଗଞ୍ଜାମ, ଯାଜପୁର,କେନ୍ଦୁଝର, ଖୋର୍ଧା, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ନିଜ ଗାଁରେ ଥାଇ ଶିକ୍ଷଣ-ଶିକ୍ଷାଦାନ କାର୍ଯ୍ୟକ୍ରମ ସମସ୍ତ କୋଭିଡ ଗାଇଡ଼ଲାଇନକୁ ମାନି ଚାଲୁରଖିଛନ୍ତି ।ଯାହା କି 98ଟି ଗାଁର 1054ଜଣ ପିଲା ଉପକୃତ ହେଉଛନ୍ତି।

ସେହିପରି ଅନ୍ୟ ଜିଲ୍ଲାର ଶିକ୍ଷକ-ଶିକ୍ଷା ଅନୁଷ୍ଠାନର 14ଜଣ ଗୁରୁଛାତ୍ରଛାତ୍ରୀ ନୟାଗଡ଼ ଜିଲ୍ଲାରେ138ଜଣ ପିଲାଙ୍କୁ ଶିକ୍ଷା ଦେଉଛନ୍ତି ।ନୟାଗଡ଼ ଜିଲ୍ଲାରେ ଏହି ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମ ଡି.ଆଇ.ଇ.ଟି,ନୟାଗଡର ଅଧ୍ୟକ୍ଷ୍ୟା ଡ଼ଃ ମଂଜୁବାଳା ସାହୁଙ୍କ ବ୍ୟକ୍ତିଗତ ତତ୍ୱାବଧାନରେ ସୁଚିନ୍ତିତ ଯୋଜନା ଅନୁଯାୟୀ ଏହି 112ଜଣ ଗୁରୁଛାତ୍ରଛାତ୍ରୀଙ୍କଦ୍ଵାରା ନୟାଗଡ଼ ଜିଲ୍ଲାର 1192ଜଣ ପିଲା ଉପକୃତ ହେଉଛନ୍ତି ଏବଂ ଅଧ୍ୟକ୍ଷା ମହୋଦୟା ଉକ୍ତ କାର୍ଯ୍ୟକ୍ରମକୁ ବ୍ୟକ୍ତିଗତ ଭାବେ ତଦାରଖ କରୁଛନ୍ତି । ଅନୁଷ୍ଠାନର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ଓ ଶିକ୍ଷକ-ପ୍ରଶିକ୍ଷକମାନେ ପ୍ରତ୍ୟେକ ଦିନ ଗୁରୁଛାତ୍ରଛାତ୍ରୀଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ମନିଟରିଂ ଓ ମେଂଟରିଂ କରି ଆସୁଛନ୍ତି ।ନୟାଗଡ଼ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏହାକୁ ସଫଳ କରିବା ପାଇଁ ସହଯୋଗର ହାତ ବଢ଼େଇଛନ୍ତି।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଶିକ୍ଷାକୁ ଆନନ୍ଦର ସହ ଉପଭୋଗ କରିବା ସହ ପ୍ରାରମ୍ଭିକ ସ୍ତରର ଭାଷା ଓ ଗାଣିତିକ ଦକ୍ଷତା ହାସଲ କରିବାରେ ସମର୍ଥ ହେଉଛନ୍ତି। ଏହି ପ୍ରକାର କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଉଛି ।.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking