26.1 C
Bhubaneswar
Friday, May 10, 2024
Homeଓଡିଶାନବୀନ ବାବୁ, ଆପଣ ଥକି ଗଲେଣି: ଧର୍ମେନ୍ଦ୍ର

ନବୀନ ବାବୁ, ଆପଣ ଥକି ଗଲେଣି: ଧର୍ମେନ୍ଦ୍ର

ପଦ୍ମପୁର: ପଦ୍ମପୁର ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାନା କଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାଲିର ମୁଖ୍ୟମନ୍ତ୍ରୀ ଭାଷଣର କଡ଼ା ଜବାବ ଦେଲେ ଧର୍ମେନ୍ଦ୍ର । ନବୀନ ବାବୁ ବିଗତ ୨ ବର୍ଷ ହେଲା ବିଧାନସଭାରୁ ଛୁଟି ନେଇ ବସିଥିଲେ । ପଦ୍ମପୁର ବିଜୟ ହେଲା , ମୁଖ୍ୟମନ୍ତ୍ରୀ ପ୍ରଜାତନ୍ତ୍ର ଦରବାରକୁ ଆସିବାକୁ ପଡ଼ିଲା । କାଲି ଆସି ଏୟା ଏୟା କରିବେ କହିଛନ୍ତି, ୨୨ ବର୍ଷ ହେଲା କ’ଣ କରୁଥିଲେ । ୨୦୧୯ରେ କହୁଥିଲେ ପଦ୍ମପୁର ଜିଲ୍ଲା ଶୀଘ୍ର ହେବ । କାଲି କହିଲେ ୩୦ ରେ ହେବ । ଯେଉଁମାନେ ପଦ୍ମପୁରକୁ ଜିଲ୍ଲା କରାଇ ଦେଇ ନଥିଲେ, ସେମାନେ ଆପଣଙ୍କ ପାଖଲୋକ । ଆପଣ କହିଲେ ଜିଲ୍ଲା ହେବ, ଗତ ୧ରେ ମନ୍ତ୍ରୀ କହିଲେ ଜିଲ୍ଲା ପ୍ରସ୍ତାବ ନାହିଁ । ସତ କୁହନ୍ତୁ ନବୀନ ବାବୁ, ଭୋଟ ପାଇଁ ଲୋକଙ୍କୁ ମିଛ କୁହନ୍ତୁ ନାହିଁ ।

ଭୋଟ ପାଇଁ ଆପଣ ଏତେ ବିକଳ ଯେ, ଲୋକଙ୍କୁ ମିଛ କହିବାକୁ ପଛାଉ ନାହାନ୍ତି । ମୋତେ ଲାଗୁଛି, ନବୀନ ବାବୁ ଆପଣ ଆଉ ବୁଝିବା ଅବସ୍ଥାରେ ନାହାନ୍ତି । ଆପଣ ଆଉ ବୁଝିବା ଅବସ୍ଥାରେ ନାହାନ୍ତି ଆପଣ ଥକି ଗଲେଣି । ଆପଣଙ୍କ ଗୁମାସ୍ତାମାନେ ଭୋଟ ପାଇବାକୁ ଆପଣଙ୍କ ମୁହଁରେ ଅସତ୍ୟ କୁହାଉଛନ୍ତି । କେନ୍ଦୁପତ୍ର ତୋଳାଳୀ ପ୍ରସଙ୍ଗରେ ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଲେ ଧର୍ମେନ୍ଦ୍ର । ଆପଣଙ୍କ ଅର୍ଥମନ୍ତ୍ରୀ କେତେଥର ଜିଏସ୍‌ଟି କାଉନସିଲ ମିଟିଂରେ କହିଛନ୍ତି? । ରେଳ ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ମଧ୍ୟ କଡ଼ା ସମାଲୋଚନା କଲେ । କାମରେ ବିଶ୍ୱାସ କରନ୍ତି କହିଲେ, ଧାନକୁ ୧୦୦ ଟଙ୍କା ବୋନଓ କୁଆଡ଼େ ଗଲା । ନବୀନ ବାବୁ, ଆପଣ ଦଳିତ, ପଛୁଆ ବର୍ଗ ବିରୋଧୀ- ଧର୍ମେନ୍ଦ୍ର । ପଦ୍ମପୁରରେ ଏବେ ବହୁତ ଗାନ୍ଧି ବୁଲୁଛନ୍ତି ବୋଲି କହିଲେ । ପଦ୍ମପୁରରେ ବହୁତ ଗାନ୍ଧି ବୁଲୁଛନ୍ତି, ଗାନ୍ଧିମାନଙ୍କୁ ତାଙ୍କ ସ୍ଥାନରେ ରଖନ୍ତୁ ।  ମୁଖ୍ୟମନ୍ତ୍ରୀ ବୋଧେ ଥକି ଗଲେଣି ବୁଝି ପାରୁ ନାହାନ୍ତି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking