31.1 C
Bhubaneswar
Monday, May 20, 2024
Homeଓଡିଶାନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ, ୧୫ ଦିନର ନବଜାତକୁ ଉଦ୍ଧାର କଲେ ଚାଇଲଡ ଲାଇନ ସଦସ୍ୟ

ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ, ୧୫ ଦିନର ନବଜାତକୁ ଉଦ୍ଧାର କଲେ ଚାଇଲଡ ଲାଇନ ସଦସ୍ୟ

ସୋର: ଜଣେ ନବଜାତ ଶିଶୁପୁତ୍ରକୁ ବିକ୍ରି ନା ପାଳିବା ପାଇଁ ଅନ୍ୟ ହାତକୁ ଟେକି ଦେଲେ ଦମ୍ପତି l ସୋର ମହୁମୁହାଣ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ଅଜୟ ରାଉତଙ୍କ ଘରେ ୧୫ ଦିନର ନବଜାତ ଶିଶୁ l ନବଜାତ ଶିଶୁକୁ ତାଙ୍କ ବାପା-ମା ବିକ୍ରି କରିଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l

ସୂଚନା ଅନୁସାରେ ଭଦ୍ରକ ଅଞ୍ଚଳର ଦମ୍ପତି ୧୫ ଦିନର ଶିଶୁ ପୁତ୍ରକୁ ଗୋବିନ୍ଦପୁର ଅଞ୍ଚଳର ଅଜୟ ରାଉତଙ୍କ ପରିବାରକୁ ହସ୍ତାନ୍ତର କରି ଚାଲିଯାଇଛନ୍ତି l ଅଜୟ ବର୍ତ୍ତମାନ ସୋର ପୌରପାଳିକା ଅନ୍ତର୍ଗତ ଲିଙ୍ଗପଡା ଗ୍ରାମରେ ରହୁଛନ୍ତି l ଅଜୟଙ୍କ ସ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ତାଙ୍କ ଭଉଣୀଙ୍କ ପୁଅକୁ ପାଳିବାକୁ ଆଣିଥିବା କହିଥିଲେ l ହେଲେ ଚାଇଲଡ ଲାଇନ ବିଶେଷ ସୂତ୍ରରୁ ଖବର ପାଇ ଆଜି ସୋର ପୋଲିସ ସହାୟତାରେ ଲିଙ୍ଗପଡ଼ା ଅଜୟଙ୍କ ଭଡାଘରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରିଥିଲେ l ଶିଶୁକୁ ଉଦ୍ଧାର କରିବା ବେଳେ ଅଜୟଙ୍କ ସ୍ତ୍ରୀ ଏବଂ ଘର ମାଲିକଙ୍କ ଆକ୍ରୋଶର ଶିକାର ହୋଇଥିବା ଚାଇଲଡ ଲାଇନ ପଞ୍ଚାୟନ ତ୍ରିପାଠି, ଜ୍ୟୋତିପ୍ରକାଶ କର ସୂଚନା ଦେଇଛନ୍ତି l କିନ୍ତୁ ଚାଇଲଡ ଲାଇନ ସଦସ୍ୟ ପୋଲିସ ସହାୟତାରେ ଶିଶୁକୁ ଉଦ୍ଧାର କରି ବାଲେଶ୍ୱର ସିଡବ୍ଲୁସିକୁ ହସ୍ତାନ୍ତର ପାଇଁ ବାଲେଶ୍ୱର ନେଇଯାଇଥିବା ବେଳେ ଅଜୟଙ୍କ ସ୍ତ୍ରୀ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ଶିଶୁ ପୁତ୍ରର ସଠିକ ଠିକଣା ମିଳୁନଥିବା ବେଳେ ବିକ୍ରି କରିଥିବା ଦମ୍ପତି ଙ୍କୁ ଖୋଜୁଛି ଖଇରା ଚାଇଲଡ ଲାଇନ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking