28.1 C
Bhubaneswar
Friday, April 26, 2024
Homeଓଡିଶାଗନ୍ଧ୍ରେଲର ବିକାସ ପାଇଁ ଅଣ୍ଟା ଭିଡିଲେ ନରସିଂହ ,ପର୍ଯ୍ୟଟନସ୍ଥଳି ଭାବେ ହେବ ପରିକଳ୍ପନା  

ଗନ୍ଧ୍ରେଲର ବିକାସ ପାଇଁ ଅଣ୍ଟା ଭିଡିଲେ ନରସିଂହ ,ପର୍ଯ୍ୟଟନସ୍ଥଳି ଭାବେ ହେବ ପରିକଳ୍ପନା  

ବଲାଙ୍ଗିର :  ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଉପାନ୍ତରେ ଥିବା ସଦର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚୟତର ଗନ୍ଧ୍ରେଲ ଡ୍ୟାମ ଅଂଚଳ ପରିଦର୍ଶନରେ ଯାଇଥିଲେ । ଗନ୍ଧ୍ରେଲ ଗାଂ ନିକଟରେ ଥିବା ଗନ୍ଧ୍ରେଲ ମାଟି ବନ୍ଧର ଦୁଇଟି ପାଶ୍ୱର୍ରେ ସୁଦୃଷ୍ୟ ପାହାଡ ଜଙ୍ଗଲ ତଥା ପ୍ରାକୃତିକ ଜଳରାଶିକୁୁ ନେଇ ଆଗାମି ଦିନରେ ଏକ ପର୍ଯ୍ୟଟନ ସ୍ଥଳିର ସମ୍ଭାବନାକୁ ନେଇ କଣ କାର୍ଯ୍ୟକ୍ରମ ନିଆ ଯାଇପାରିବ ସେହି ଉପରେ ଅନୁଧ୍ୟାନ କରିବା ଥିଲା ଆଜିର ପରିଦର୍ଶନର ମୁଳ ଉଦ୍ଦେଶ୍ୟ । ସାଧାରଣତଃ ଗନ୍ଧ୍ରେଲ ଡ୍ୟାମର ଥିବା ଜଳରାଶି ତଥା ଜଙ୍ଗଲି ପରିବେଶ ର ମଜା ନେବା ପାଇଁ ପ୍ରାୟତଃ ବାର ମାସି ଏଠାକୁ ଲୋକେ ବଣଭୋଜି ତଥା ମନରଞ୍ଜନ ପାଇଁ ଆସିଥାନ୍ତି । ତେଣୁ କିଛି ବୁଦ୍ଧିଜିବି ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ଗନ୍ଧ୍ରେଲକୁ ପରିଦର୍ଶନରେ ଆସିଥିଲେ । ଏଠାରେ ସୁଚାୟୀ ଦିଆ ଯାଇପାରେ ଯେ, ଗନ୍ଧ୍ରେଲ ଭଳି ବାଲାଙ୍ଗିର ସହର ମଧ୍ୟକୁ ଅନ୍ୟାନ୍ୟ ପ୍ରାକୃତିକ ନାଳାରେ ଜଳ ନିଷ୍କାସନ ହୋଇଥାଏ ।  ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ଯେ ଆଗାମୀ ଦୁଇ ତିନି ଦିନରେ ବିଭାଗିୟ ଯନ୍ତ୍ରୀଙ୍କ ସହ ଏହି ଅଂଚଳକୁ ଅନୁଧ୍ୟାନ ପାଇଁ ଆସିବେ । କିପରି ଏହିି ପ୍ରକଳ୍ପରେ ପ୍ରାକୃତିକ ଭାବେ ଅଧିକ ଜଳ ସଂରକ୍ଷଣ ହୋଇପାରିବ , ପର୍ଯ୍ୟଟନ ସ୍ଥଳିର ବିକାଶ ପାଇଁ କେଉଁ କେଉଁ ଯାଗାରେ ଜଙ୍ଗଲ ଜମି ବ୍ୟତିତ ମନୋରଞ୍ଜନଧମୀ ପାର୍କ ତିଆରି ହୋଇ ପାରିବ, କେଏଁ ଉପୟରେ ସ୍ଥାନୀୟ ଲୋକେ ଏସବୁ ପ୍ରକଲ୍ପରୁ ରୋଜଗାରକ୍ଷମ ହୋଇପାରିବେ ତଥା ପ୍ରକଲ୍ପରୁ କେମିତି ଅଧିକ ଲାବାନ୍ୱିତ ହେବେ ସେସବୁ ଦିଗକୁ ନେଇ ସବିଶେଷ ଆଲୋଚନା ହେବ । ତେଣୁ ଆଗାମୀ ପରିଦର୍ଶନରେ ବିଭାଗୀୟ ଅଧିକାରିଙ୍କ ସହ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ ହେବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ପରେ ପରେ ଗନ୍ଧ୍ରେଲ ଗାଁ ର ମହିଳା ମାନଙ୍କ ସମେତ ବିଧାୟକ ଶ୍ରୀ ମିଶ୍ରଙ୍କ ଆଲୋଚନା ହୋଇଥିଲା । ପ୍ରତିଶୃତି ମୁତାବକ ଗାଁକୁ ପାନୀୟ ଜଳ, କମୁନିଟି ସେଣ୍ଟର ଓ ଗାଧୋଇବା ପାଇଁ ବ୍ୟବସ୍ତା କର ବୋଲି ସେ କହିଥିଲେ । ସେଠାରୁ ବଲାଙ୍ଗିର ୨୧ ନଂ ୱାର୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ନେସନାଲ ଇନ୍ଟିସ୍ଟିଟ୍ୟୁଟ ଅଫ ଟ୍ରେନିଂ ଏଣ୍ଡ ରିସର୍ଚ ( ନିରତାର)କୁ ଯାଇଥିଲେ । ଏଠାରେ ସୁଚନାଯୋଗ୍ୟ ଯେ, ଦିନେ ପୁର୍ବରୁ ନିରତାର ସେଣ୍ଟରର ମୁଖ୍ୟ ନିରତାର ପାଇଁ ଆବଶୟକ ହେଉଥିବା ଅଧିକ ଦୁଇ ତିନି ଏକର ଜମି ବନ୍ଦୋବସ୍ଥ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ସେଠାରେ ଉପସ୍ଥିତ ଥିବା କର୍ମଚାରିଙ୍କଠୁ ନିରତାର ସେଣ୍ଟର ସଂଲଗ୍ନ ଖାଲି ଥିବା ଜମି ବାବଦରେ ପଚାରି ବୁଝଥୀଲେ । ଏବଂ ପରେ ବିଭାଗୀୟ  ମୁଖ୍ୟଙ୍କ ସହ ଫୋନ ମାଧୟମରେ କଥା ହୋଇ ସମାଧାନର ରାସ୍ତା ନିଶ୍ଚୟ ବାହାର କରାଯୀବ ବୋଲି କଥା ଦେଇଥିଲେ । ପରେ ତେଲିଗୋଠ ପଡା ଓ ମହାଲଖ୍ମି ନଗରରେ ତିନୋଟି ନୁତନ ରାସ୍ତା ନିର୍ମାଣ ପାଇଁ ସ୍ଥାନିୟ ଲୋକଙ୍କ ସହ ଆଲୋଚନା କରିବା ସହ ନିର୍ମାଣା ଦୀନ ରାସ୍ତାର କାର୍ଯ୍ୟ ତଦାରଖ କରିଥିଲେ । ତା ଛଡା ଦେଢ ବର୍ଷ ପୁର୍ବରୁ ପୁର୍ତ୍ତବିଭାଗ ଦ୍ୱାରା ନିର୍ମିତ ଏକ ରାସ୍ତାର ଅବସ୍ଥା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଫକିର ମୋହନ ଥାଟି, ମନ୍ନୁ ଖାନ,ପ୍ରଶାନ୍ତ ପ୍ରଧାନ, ଆଶିଷ ବାଗ, ପ୍ରତାପ ବାଗ, ବିଷ୍ଣୁ ମହାକୁର ଓ ଫିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking