30.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଆନ୍ଦୋଳନ ପଛରେ ରହିଛି ହୀନ ରାଜନୀତି : ଧର୍ମେନ୍ଦ୍ର ପ୍ରଧାନ

ଆନ୍ଦୋଳନ ପଛରେ ରହିଛି ହୀନ ରାଜନୀତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଏମଏସପି ନେଇ ସରକାର ପ୍ରତିଶୃତି ବଦ୍ଧ । ଆଲୋଚନା କରିବାକୁ ମଧ୍ୟ ସରକାର ପ୍ରସ୍ତୁତ । ତେବେ କ’ଣ ପାଇଁ ଏହି ଆନ୍ଦୋଳନ ? ଆନ୍ଦାଳନକାରୀ ମାନେ ଦେଶ ବିରୋଧୀ ନାରା ଦେଉଥିବା ବ୍ୟକ୍ତିଙ୍କ ଓ ଦେଶ ବିଭାଜନ ପାଇଁ କାର୍ଯ୍ୟାକଳାପ କରିଥିବା ଦଳକୁ ଛଡ଼ିବାକୁ ନାରା ଦେଉଛନ୍ତି । ଏହା କ’ଣ ଚାଷୀ ଆନ୍ଦୋଳନ ? ଏନେଇ ପ୍ରଶ୍ନ ପଚାରି ‘ଓଟିଭିି’କୁ ସାକ୍ଷାତକାରରେ କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀ ଅଦ୍ନ୍‌ାଳନ କେଉଁ ଆଡ଼େ ଯାଉଛି ଓ ଏହା ପଛରେ ହୀନ ରାଜନୀତି କାର୍ଯ୍ୟ କରୁଛି ବୋଲି କହିଛନ୍ତି । କେବଳ ୨୨ ଟି ସାମଗ୍ରୀ ଉପରେ ଏମଏସପି ରହିଛି ଓ ଅନେକ ଜିନିଷରେ ଏମଏସପି ଠାରୁ ବହୁତ ଅଧିକ ଦାମରେ ବିକ୍ରୀ ହେଉଛି । ଏହି ଆନ୍ଦୋଳନ ଭାରତୀୟ ଚାଷୀ ମାନର ନୁହଁ । ଏହା ପଛରେ ଅଲଟ୍ରା ଲେଫ୍ଟ ପାର୍ଟି , କଂଗ୍ରେସ ଓ ଅନ୍ୟ ମଧ୍ୟସ୍ଥି ବର୍ଗର ନେତା ମାନେ ସଂମ୍ପୃକ୍ତ ବୋଲି କହିଛନ୍ତି ।
କଣ୍ଟ୍ରାକ୍ଟ ଫାର୍ମିଂ ନେଇ ସେ ପୂର୍ବ କୃଷି ମନ୍ତ୍ରୀ ଶରଦ ପାୱାରଙ୍କୁ କଟାକ୍ଷ କରିଛନ୍ତି , ଯେ ସେ ମନ୍ତ୍ରୀ ଥିଲାବେଳେ କ’ଣ କରିଥିଲେ । ଏହି ଏପିଏମସିକୁ ଉଚ୍ଛେଦ ପାଇଁ ରାଜ୍ୟକୁ ଚିଠି ଲେଖିଥିଲେ । କଣ୍ଟ୍ରାକ୍ଟ ଫାର୍ମିଂରେ ଜମି ଚାଲିଯିବନାହିଁ । ଓଡ଼ିଶାରେ ମଧ୍ୟ କଣ୍ଟ୍ରାକ୍ଟ ଫାର୍ମିଂକୁ ନେଇ ନିୟମ ରହିଥିଲା ଏବେ ଏସେନସିଆଲ କମୋଡ଼ିଟି ଆକ୍ଟରେ ତାକୁ ସଂଶୋଧନ କରାଯାଇଛି । ତେଣୁ ଏହି ଏପିଏମସି ଆକ୍ଟରେ ମଧ୍ୟ ସଂଶୋଧନ କରିବେ ବୋଲିି ତାଙ୍କର ବିଶ୍ୱାସ ରହିଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking