29.1 C
Bhubaneswar
Sunday, May 19, 2024
Homeଓଡିଶାମନ୍ଦିରମଠ ଖୋଲିବାକୁ ନେଇ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମନ୍ଦିରମଠ ଖୋଲିବାକୁ ନେଇ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ମୟୂରଭଞ୍ଜ : ମୟୂରଭଞ୍ଜ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲ୍ଲା ବାରିପଦା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମ୍ବାଦିକ ସମ୍ମିଳନୀ । ସଂଘର ସଭାପତିଙ୍କ ତତ୍ୱବାଧାନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବକୁ ନିବେଦନ ମନ୍ଦିରମଠ ଖୋଲିବାକୁ ନେଇ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ତେବେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଅନ୍ୟପଟେ କରୋନା ମହାମାରୀର ମୁକାବିଲା କରିବା ପାଇଁ ଦୀର୍ଘମାସ ଧରି ମନ୍ଦିର ମଠ ସବୁ ବନ୍ଦ ରହିଥିବା ବେଳେ ଏହା ଉପରେ କୌଣସି ନିଷ୍ପତ୍ତି ଘୋଷଣା କରାନଯିବା ସମ୍ପର୍କରେ ଚିନ୍ତାବ୍ୟକ୍ତ କରି ଆସନ୍ତା ୨୦ ତାରିଖ ମଧ୍ୟରେ ଖୋଲିବାକୁ ସରକାରଙ୍କୁ ଜଣାଇଛନ୍ତି । ଏନେଇ ଚଳିତ ମାସ ୧୫ତାରିଖ ଧନୁସଂକ୍ରାନ୍ତି ସନ୍ଧ୍ୟା ୫ଘଟିକା ସମୟରେ ସମସ୍ତ ମନ୍ଦିର ସମ୍ମୁଖରେ ଦୀପ ଜାଳି, ଓଡ଼ିଶାର ସମସ୍ତ ଭକ୍ତ ସମେତ ସେବାୟତମାନେ ମନ୍ଦିର ଖୋଲିବା ନେଇ ସାମୂହିକ ଦ୍ୱୀପଦାନ କରି ମନ୍ଦିର ଖୋଲିବା ନେଇ ସରକାରଙ୍କୁ ଅବଗତ କରାଇବା ସହିତ ଅନୁରୋଧ କରିବେ ବୋଲି ଓଡିଶା ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking