37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶନାରଦା ଲାଞ୍ଚ ମାମଲା, ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ସିବିଆଇ

ନାରଦା ଲାଞ୍ଚ ମାମଲା, ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲା ସିବିଆଇ

ନୂଆଦିଲ୍ଲୀ : ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପରିବହନ ମନ୍ତ୍ରୀ ଫିର୍‌ହାଦ ହାକିମ୍‌, ପଞ୍ଚାୟତରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ଟିଏମ୍‌ସିର ବିଧାୟକ ମଦନ ମିତ୍ର ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ କରିବା ପାଇଁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏହାକୁ ଚାଲେଞ୍ଜ କରି ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗିରଫ ଚାରିଜଣଙ୍କୁ ଗୃହବନ୍ଦୀ କରାନଯାଇ ଜେଲରେ ରଖାଯାଉ ବୋଲି ସିବିଆଇ ଆବେଦନରେ ଉଲ୍ଲେଖ କରିଥିଲାବେଳେ ମଙ୍ଗଳବାର ସେହି ଆବେଦନକୁ ପ୍ରତ୍ୟାହାର କରିନେଇଛି ।

ଏମାନଙ୍କୁ ସିବିଆଇ ଗତ ସୋମବାର ଗିରଫ କରିଥିଲା । ହାଇକୋର୍ଟଙ୍କ ୨୦୧୭ ରାୟକୁ ଭିତ୍ତିକରି ସିବିଆଇ ନାରଦା ଷ୍ଟିଙ୍ଗ୍ ଟେପ୍ ମାମଲାର ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସର ଏହି ନେତାମାନଙ୍କ ପକ୍ଷରୁ ଓକିଲ ଅଭିଷେକ ମନୁସିଂହଭି ଗୃହବନ୍ଦୀ ଆଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଥିଲେ । ସେମାନଙ୍କୁ ଅନ୍ତରୀଣ ଜାମିନ ଦେବାଲାଗି କୋଲକାତା ହାଇକୋର୍ଟଙ୍କ ଖଣ୍ଡପୀଠର ବିଚାରପତି ଅରିଜିତ୍ ବାନାର୍ଜୀ ମତ ଦେଇଥିଲେ ମଧ୍ୟ କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ସେମାନଙ୍କୁ ଗୃହବନ୍ଦୀ କରିବା ଲାଗି ରାୟ ଦେଇଛନ୍ତି ଏବଂ ଦର୍ଶାଇଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର ପ୍ରସଙ୍ଗ ବୃହତ୍ତର ଖଣ୍ଡପୀଠକୁ ପଠାଯାଉ।

ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଗତ ସୋମବାର ରାଜ୍ୟପାଳ ଜଗଦୀପ ଧନକରଙ୍କୁ ସମାଲୋଚନା କରି ସେ ଏହି ମାମଲା ସିଧାସଳଖ ସିବିଆଇକୁ ତଦନ୍ତ ପାଇଁ ହସ୍ତାନ୍ତର କରିଥିବାରୁ ତାଙ୍କର ଏ ପ୍ରକାର ପଦକ୍ଷେପ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କହିଥିଲେ । ପଶ୍ଚିମବଙ୍ଗର ନାରଦା ନ୍ୟୁଜ୍‌ର ସାମ୍ବାଦିକ ମାଥ୍ୟୁ ସାମୁଏଲ ଏହି ଷ୍ଟିଙ୍ଗ ଅପରେସନ କରିଥିଲେ । ଏଥିରେ ଟିଏମ୍‌ସିର କେତେକ ମନ୍ତ୍ରୀ, ନେତା ଓ ଜଣେ ଆଇପିଏସ୍ ଅଧିକାରୀ ଲାଞ୍ଚ ନେବାର ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । ୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ଟେପ୍ ପ୍ରଘଟ କରାଯାଇ ନେତାମାନଙ୍କ ସ୍ୱରୂପ ପଦାରେ ପକାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking