28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗକୋରାପୁଟ ଝିଅ ନମିତାଙ୍କ ସ୍ବପ୍ନ ପୂରଣ କଲେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ

କୋରାପୁଟ ଝିଅ ନମିତାଙ୍କ ସ୍ବପ୍ନ ପୂରଣ କଲେ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀ

କୋରାପୁଟ : ପ୍ରତ୍ୟେକ ଗାୟକ ଗାୟିକାଙ୍କର ସ୍ବପ୍ନ ଥାଏ ସେ ଭଜନ, ଆଲବମ କି ସିନେମାରେ ଗୀତ ଗାଇବେ | ହେଲେ ସମସ୍ତଙ୍କ ଭାଗ୍ୟରେ ସେ ସୁଯୋଗ ଜୁଟେ ନାହିଁ | ଅଧିକାଂଶ କ୍ଷେତ୍ରରେ ବଣ ମଲ୍ଲୀ ବଣରେ ଫୁଟି ବଣରେ ଝରିଯିବା ପରି ଅନେକ ପ୍ରତିଭା ପରଦା ଆଢୁଆଳରେ ରହିଯାନ୍ତି | ହେଲେ କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି ଆଉ ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ |
କିଛିଦିନ ତଳେ ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡାର ଗାଁର ଆଦିବାସୀ ଝିଅ ନମିତା ମେଲେକା ସୋସିଆଲ ମିଡ଼ିଆରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ | ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ନିଜ ଫେସବୁକ ପେଜରେ ଘୋଷଣା କରିଥିଲେ | କଥା ରଖିଛନ୍ତି ବର୍ଷା | ଆଜି ନମିତାଙ୍କ କଣ୍ଠରେ ରେକର୍ଡ କରାଯାଇଛି ତାଙ୍କର ପ୍ରଥମ ଗୀତ | ଲୋକପ୍ରିୟ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ୱାବଧାନରେ ରେକର୍ଡ କରାଯାଇଥିବା ଏହି ଗୀତଟି ହେଉଛି ଗୋଟିଏ ଜଗନ୍ନାଥ ଭଜନ | ବରିଷ୍ଠ ଗୀତିକାର ବିଜୟ ମଲ୍ଲ ଏହାକୁ ରଚନା କରିଛନ୍ତି | କଟକର ସିଡିଏ ସ୍ଥିତ ପ୍ରତିଭା ଷ୍ଟଡିଓରେ ରେକର୍ଡ଼ିଂ କରାଯାଇଛି | ରେକର୍ଡିଷ୍ଟ ସୁନ୍ଦର ଥିବା ବେଳେ ପରିଚାଳନା ଓ ବ୍ୟବସ୍ଥାପନାରେ ସହାୟତା କରିଛନ୍ତି ବ୍ୟୁଟିଫୁଲ ଦାସ | ଏହି ଅବସରରେ ବର୍ଷା ନମିତାଙ୍କ ଗାୟିକା ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ‘ସମ୍ମାନିତା’ ପକ୍ଷରୁ ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ, ଗୀତିକାର ବିଜୟ ମଲ୍ଲ, ରେକର୍ଡିଷ୍ଟ ସୁନ୍ଦର ଏବଂ ବ୍ୟୁଟିଫୁଲ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking