28.9 C
Bhubaneswar
Sunday, May 5, 2024
Homeଓଡିଶାବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର : ଓଲିଉଡ୍ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଝିଅ ଅନ୍ୱେଷା ସୂଚନା ଦେଇଛନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ମେଡିକାଲ୍‌ରେ ଚିକିତ୍ସା ହେଉଥିଲେ । ୩ଦିନ ହେଲା ସେ ଭେଣ୍ଟିଲେଟରରେ ଥିଲେ । ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

ଅମରେନ୍ଦ୍ରଙ୍କ ମୃତ୍ୟୁ ଓଡ଼ିଶାର ଚଳଚ୍ଚିତ୍ର ଜଗତ ପାଇଁ ଏକ ବିରାଟ କ୍ଷତି । ସେ ଅନେକ ଫିଲ୍ମ, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ । କିଛିଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତରେ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ହଠାତ୍ ତାଙ୍କର ମୃତ୍ୟୁରେ ଓଡ଼ିଶା ସିନେ ଜଗତ ସ୍ତବ୍ଧ ହୋଇଯାଇଛି ।

ତାଙ୍କ ସ୍ବରାରୋପିତ ଚଳଚ୍ଚିତ୍ର ଗୀତ ଭିତରେ ପୁଚୁକି ଗାଲି ଫେସନବାଲି….( ସୁନା ପଞ୍ଜୁରୀ), ଏଇ ମନ୍ଦିର ସାକ୍ଷୀ ଏଇ ସିନ୍ଦୂର ସାକ୍ଷୀ…( ଅଣ୍ଟି ଛୁରି ତଣ୍ଟି କାଟେ), ପତର ପତର ପାନ ପତର…(ବସୁଧା), ମୁଁ ବି ଦିନେ ଷ୍ଟାର୍ ହେବି…(ଭାଇ ହେଲା ଭଗାରି) ଆଦି ତାଙ୍କୁ ଅଧିକ ପରିଚିତ କରାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଅକାଳ ବିୟୋଗରେ ସିନେ ଓ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking