30.1 C
Bhubaneswar
Friday, April 26, 2024
Homeଅପରାଧରାତିରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କାରଣ ଜାଣିବା ପାଇଁ ପଢନ୍ତୁ ପୁରା ଘଟଣା

ରାତିରେ ଶୋଇଥିବା ବେଳେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କାରଣ ଜାଣିବା ପାଇଁ ପଢନ୍ତୁ ପୁରା ଘଟଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିଆବାଦ ଅଂଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ନଳକୂପ ନିକଟରେ ଶୋଇଥିବା ଜଣେ ବୟସ୍କ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ହେଲେ ପୋଲିସ ଏହି ହତ୍ୟା ପଛର ତଦନ୍ତ ଆରମ୍ଭ କରିଛି । ପୁରା ଘଟଣା ଅନୁଯାୟୀ, ଗାଜିପୁର ଜିଲ୍ଲାର ନନ୍ଦଗଂଜ ଥାନା ଅନ୍ତର୍ଗତ ଚିଲ୍ଲର ଗାଁରେ ବାସ କରୁଥିବା ୬୦ ବର୍ଷୀୟ ବୃଦ୍ଧ ରାମରାଜ ବିନ୍ଦ୍ କ୍ଷେତବାଡି କାମ କରନ୍ତି । ସବୁଦିନ ପରି ଗତକାଲି କାମ ସାରି ରାତିରେ ଖାଇବା ପରେ ନଳକୂପ ନିକଟକୁ ଶୋଇବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଦେଇଥିଲା । ଏନେଇ ପରିବାର ଲୋକେ କିଛି ବି ଶବ୍ଦ ଶୁଣିନଥିଲେ । ସକାଳେ ସେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବା ଗାଁ ଲୋକେ ଦେଖି ପରିବାରକୁ ସୂଚନା ଦେଇଥିଲେ । ଏହି ହତ୍ୟା ଖବର ପ୍ରଚାର ହେବା ପରେ କିଛି କ୍ଷଣ ମଧ୍ୟରେ ଗାଁର ସବୁ ଲୋକ ଏକାଠି ହୋଇଯାଇଥିଲେ । ଆଉ ପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ପଛରେ ଥିବା କାରଣ ଜାଣିବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରି ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking