39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସାନଭାଇର କୋଦାଳ ଚୋଟରେ ବଡ଼ଭାଇ ମୃତ

ସାନଭାଇର କୋଦାଳ ଚୋଟରେ ବଡ଼ଭାଇ ମୃତ

ଯାଜପୁର : ଯାଜପୁର ରୋଡ ଥାନା ଅନ୍ତର୍ଗତ ଗଳିଆ ଛନ୍ଦା ଗାଁ ରେ ଅଭାବନୀୟ ଘଟଣା । ସାନଭାଇ ର କୋଦାଳ ଛୋଟ ରେ ବଡ଼ଭାଇ ମୃତ ।ସୂଚନାଯୋଗ୍ୟ ଗଲାକାଲି ସନ୍ଧ୍ୟା ୭ ବେଳେ ମୃତ ଉତ୍ତମ ନାୟକ ତାଙ୍କ ମିସ୍ତ୍ରୀକାମ ସାରି ଘରକୁ ଫେରିବା ସମୟରେ ସାନଭାଇ ଶ୍ରୀଧର ଙ୍କ ସହିତ ଯୁକ୍ତିତର୍କ ଓ ଠେଲାପେଲା ଆରମ୍ଭ ହୋଇଥିଲା । ପାଖରେ ପଡିରହିଥିବା ଏକ କୋଦାଳ ରେ ସାନଭାଇ ଶ୍ରୀଧର ବଡ଼ଭାଇ ଉତ୍ତମ ଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ ଯାହାଫଳରେ ପାଖପାଖି ଥିବା ଏକ କୂଅ ଭିତରକୁ ବଡ଼ଭାଇ ଉତ୍ତମ ଗଳି ପଡ଼ିଥିଲା ଗ୍ରାମ ଲୋକ ମାନେ କୂଅ ରୁ ଉଦ୍ଧାର କରି । ସଂଗେ ସଂଗେ ପରିବାର ଲୋକେ ସହ ତାଙ୍କୁ ଦାନଗଦି ସ୍ବାସ୍ତ୍ୟ କେନ୍ଦ୍ର ପରେ ଯାଜପୁର ଟାଉନ ଜିଲ୍ଲା ହସ୍ପିଟାଲ କୁ ନେଇଯାଇଥିଲେ । ସେଠି ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ କଟକ SCB କୁ ରେଫର କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଉତ୍ତମ ଙ୍କ ସ୍ତ୍ରୀ ଶ୍ରୀମତୀ ସାରଦା ନାୟକ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳ ରେ ଯାଜପୁର ରୋଡ ପୋଲିସ ପହଞ୍ଚିଅଭିଯୁକ୍ତ ଶ୍ରୀଧର ନାୟକ କୁ ଗିରଫ କରିଛି ଓ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ମାମଲା ର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking