34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଚୋରି ବାଇକ ରାକେଟର ପର୍ଦ୍ଦାଫାଶ

ଚୋରି ବାଇକ ରାକେଟର ପର୍ଦ୍ଦାଫାଶ

ଜୟପୁର: ଅନ୍ତଃ ରାଜ୍ୟ ବାଇକ ଚୋରା ରାକେଟ ର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ୍ ପୋଲିସ୍। ଏହି ବାଇକ ରାକେଟ ରେ ଜଡିତ ପାଞ୍ଚ ଜଣ କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୬ ଟି ଚୋରା ବାଇକ ଉଦ୍ଧାର ହୋଇଥିବା ନେଇ ଆଜି ଏକ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର ଟାଉନ ଥାନାଧିକାରୀ ବାଲେଶ୍ୱର ଗିଧି। ଦୀର୍ଘ ଦିନ ଧରି ଏହି ରାକେଟ କୋରାପୁଟ ଜିଲ୍ଲା ସହ ଛତିଶଗଡ଼ ନବରଙ୍ଗପୁର ଏମିତି ଆନ୍ଧ୍ର ପ୍ରଦେଶ ରୁ ବି ଏହି ଚୋରି ଗେଂଗ୍ ବାଇକ ଚୋରି କରିବାରେ ବେଶ ସକ୍ରିୟ ଥିବା ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ। ଏହି ଗ୍ୟାଙ୍ଗକୁ ଠାବ କରି ଗେଙ୍କ ର ପାଞ୍ଚ ସଦସ୍ୟ ଙ୍କୁ ପୋଲିସ୍ ଧରିବା ରେ ସଫଳ ହୋଇଛି। ଜବତ ହୋଇଥିବା ୧୬ ଟି ବାଇକ ମଧ୍ୟରେ ଅନେକ ବୁଲେଟ ଓ ଆପାଚି ଭଳି ଦାମୀ ବାଇକ ମଧ୍ୟ ରହିଛି। ଦୂର୍ବତ ମାନେ ବାଇକ ଚୋରି କରି କରିବା ପରେ ତାହାର ନକଲି ଆରସି ବୁକ୍ ର ତିଆରି କରି ପରେ ଚୋର ବାଇକ କୁ ଲୋକଙ୍କ ନିକଟ ରେ ବନ୍ଧକ ରଖୁଥିଲେ। ଏମାନେ ଜଗଦଲପୁର, କୋଟପାଡ଼, ନବରଙ୍ଗପୁର, ଜୟପୁର ସହର, କୋରାପୁଟ ସହର ଓ ଆନ୍ଧ୍ର ର ସାଲୁର୍ ଅଞ୍ଚଳ ରୁ ବାଇକ ଚୋରି କରି ଆଣି ବନ୍ଧକ ରଖୁଥିଲେ। ଦୀର୍ଘ ଦିନ ପରେ ଏମାନ ଙ୍କୁ କାବୁ କରିବାରେ ସଫଳ ହୋଇଛି ଜୟପୁର ଟାଉନ୍ ପୋଲିସ୍। ଏହି ମାମଲାରେ ଗୋଟିଏ ଗେଙ୍ଗ କୁ ଟାଉନ୍ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ଏକ ଗେଙ୍ଗ କୁ ଖଜୁଛି ପୋଲିସ୍। ଗିରଫ ୫ ଙ୍କ ନାମ ରେ ପୂର୍ବରୁ ଏକାଧିକ ଅପରାଧୀ ମାମଲା ରୁଜ୍ଜୁ ଥିବା ଜୟପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking