40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୫ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

୫ ଦଫା ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

ଗୁଣୁପୁର : କୋଭିଡ ମହାମାରୀ ସମୟରେ ଲକଡ଼ାଉନ ଓ ସଟଡାଉନ ଲାଗୁ ହେବା ଯୋଗୁଁ ଅନେକ ଶ୍ରମିକ, ଛୋଟ ବ୍ୟବସାୟୀ, ମହିଳା ଏମିତି ଅନେକ କର୍ମ ହରାଇ ଦୁର୍ବିସହ ଜୀବନ କାଟୁଛନ୍ତି । ଏମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ରୋଜଗାର ହରେଇ ପୁଣି ପ୍ରବାସୀ ସାଜୁଛନ୍ତି । ତେଣୁ ପ୍ରବାସୀ ଓ ବେକାର ଯୁବକ ଯୁବତୀ ଙ୍କ ଦକ୍ଷତା କୁ ଭିତ୍ତି କରି କର୍ମ ଯୋଗାଇବା, ଆଶା, ଅଙ୍ଗନବାଡି କର୍ମୀଙ୍କୁ ଦୈନିକ 500 ଟଙ୍କା ସହାୟତା, ଠିକା କର୍ମଚାରୀ ଙ୍କ ଛଟେଇ ବନ୍ଦ କରିବା, ଅଣ ସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଚାରୀ ଙ୍କୁ ମାସିକ ଦୁଇ ହଜାର ଭତ୍ତା ପ୍ରଦାନ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରିବା ଦାବୀ ନେଇ ଆଜି ଭାରତୀୟ ମଜଦୂର ସଙ୍ଘ ଗୁଣୁପୁର ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking