38.1 C
Bhubaneswar
Friday, April 26, 2024
Homeଓଡିଶାରଶ୍ମିତା ହତ୍ୟାକାଣ୍ଡ : ସ୍ୱାମୀକୁ ଆଜୀବନ ଜେଲ୍

ରଶ୍ମିତା ହତ୍ୟାକାଣ୍ଡ : ସ୍ୱାମୀକୁ ଆଜୀବନ ଜେଲ୍

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କୁଟୁଣିଆ ଗ୍ରାମର ନବବଧୂ ରଶ୍ମିତା ହତ୍ୟାକାଣ୍ଡର ବିଚାର କରି ଜିଲ୍ଲା ଦୌରାଜଜ ଅଭିଯୁକ୍ତ ସ୍ୱାମୀ ମହେନ୍ଦ୍ରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ରାସୋଳ ଥାନା ବ୍ରହ୍ମପୁର ଗ୍ରାମର ଅର୍ଜୁନ ନାଏକଙ୍କ ଭଉଣୀ ରଶ୍ମିତା ନାଏକ (୨୦) କୁଟୁଣିଆ ଗ୍ରାମର ଗୋଲେଖ ନାଏକଙ୍କ ପୁଅ ମହେନ୍ଦ୍ର ନାଏକଙ୍କୁ ୨୦୧୭ ମସିହାରେ ବୈଦିକ ରୀତିରେ ବାବନ୍ଧ ଶିବ ମନ୍ଦିରରେ ବିବାହ କରିଥିଲେ । ବିବାହ ସମୟରେ ଝିଅର ଭାଇ ଅର୍ଜୁନ ସକ୍ଷମ ଅନୁଯାୟୀ ଘରକରଣା ଜିନିଷ ଦେଇଥିଲେ । ବିବାହ ପରଠାରୁ ମହେନ୍ଦ୍ର ଅଧିକ ଯୌତୁକ ଦାବିକରି ରଶ୍ମିତାକୁ ମାରପିଟ କରିବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲା । ଏହି ବିଷୟରେ ରଶ୍ମିତା ତାର ଭାଇ ଅର୍ଜୁନକୁ କହିବା ସହ ବାପଘରୁ ଆସିଥିବା ସମୟରେ ପରିବାର ଲୋକ ଓ ସାହିପଡିଶାଙ୍କୁ କହିଥିଲେ ।
ଏ ସମ୍ପର୍କରେ ଭାଇ ଅର୍ଜୁନ ମହେନ୍ଦ୍ରଙ୍କ ଘରକୁ ଯାଇ ବୁଝାସୁଝା କରିବା ସହ ରଶ୍ମିତାକୁ ଯୌତୁକ ନ ମାଗିବା ସହିତ ମାରପିଟ ନ କରିବାପାଇଁ ଅନୁରୋଧ କରିଥିଲେ । ରଶ୍ମିତା ମରିବାର ପୂର୍ବ ଦିନ ୨୦୧୮ମସିହା ଜୁନ ୧୭ତାରିଖରେ ଭାଇ ଅର୍ଜୁନଙ୍କୁ ଖବର ଦେଇଥିଲେ ଯେ ସ୍ୱାମୀ ମହେନ୍ଦ୍ର ଅଧିକ ଯୌତୁକ ନ ଆଣିଲେ ଜୀବନରେ ମାରିଦେବେ ବୋଲି ଖବର ଜଣାଇଥିଲେ । ୨୦୧୮ ଜୁନ ୧୮ ତାରିଖ ଅପରାହ୍ନ ୫ଟାରେ ଭଉଣୀ ରଶ୍ମିତାକୁ ସ୍ୱାମୀ ମହେନ୍ଦ୍ର ମାରି ଦେଇଥିବା ର ଅର୍ଜୁନଙ୍କୁ ସୂଚନା ମିଳିଥିଲା । ଏହି ଖବର ପାଇ ଭାଇ ଅର୍ଜୁନ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ନେଇ କୁଟୁଣିଆ ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଭଉଣୀ ରଶ୍ମିତା ମରି ପଡିଥିବା ସେ ଦେଖିବାକୁ ପାଇଥିଲେ । ଏହି ସମୟରେ ସ୍ୱାମୀ ମହେନ୍ଦ୍ର ସେମାନଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଅର୍ଜୁନ ଗ୍ରାମର ପଡୋଶୀ ମାନଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ ଭଉଣୀ ରଶ୍ମିତାକୁ ତା’ର ସ୍ୱାମୀ ମହେନ୍ଦ୍ର ଯୌତୁକ ଦାବି କରି ତଣ୍ଟି ଚିପି ମାରିଦେଇଛି । ଏ ସମ୍ପର୍କରେ ଅର୍ଜୁନ ରାସୋଳ ଥାନାରେ ଅଭିଯୋଗ କରିବାରେ ତତ୍କାଳୀନ ଥାନା ଅଧିକାରୀ ସନ୍ତୋଷ କୁମାର ପ୍ରଧାନ ଏକ ମାମଲା ରୁଜ୍ଜୁ କରିଥିଲେ । ଏହି ହତ୍ୟା ଘଟଣାରେ ସ୍ୱାମୀ ମହେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗୁରୁବାର ଜିଲ୍ଲା ଦୌରାଜଜ ମଳୟ ରଞ୍ଜନ ଦାଶ ବିଚାର କରି ୧୬ଜଣ ସାକ୍ଷ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ଦୋଷୀ ମହେନ୍ଦ୍ର ନାଏକକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମନା ଓ ଜୋରିମନା ଟଙ୍କା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking