41.1 C
Bhubaneswar
Sunday, April 28, 2024
Homeଓଡିଶାସାସଂଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା ପୁଣି ମୁହାଁମୁହିଁ

ସାସଂଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା ପୁଣି ମୁହାଁମୁହିଁ

ଭୁବନେଶ୍ୱର : ଏନଏମଏ ବାଇଲ ପ୍ରସଙ୍ଗରେ ପୁଣି ମୁହାଁମୁହିଁ ହୋଲେ ସାଂସଦ ଅପରାଜିତା ଓ ମନ୍ତ୍ରୀ ଅଶୋକ ପଣ୍ଡା । ବାଇ ଲ’ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଅପରାଜିତାଙ୍କୁ ୫ ଟି ପ୍ରଶ୍ନ ପଚାରିଛନ୍ତି । ସେ କହିଛନ୍ତି ଯେ, ସଂସଦରେ ବାଇ ଲ’ ପ୍ରସଙ୍ଗ ନଉଠାଇ ହାତଛଡା କରିବା ଉଚିତ କି? ଉଭୟ ବିଜେଡି ଓ ବିଜେପି ସାସଂଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ମାତ୍ର କୌଣସି ଫଟୋରେ ଅପରାଜିତାଙ୍କ କାହିଁକି ଦେଖା ନଥିଲା?
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକିବା ସତ୍ତ୍ୱେ ସାଂସଦ କାହିକି ଯାଇନଥିଲେ? ଏନଏମଏ ପାଇଁ ଏସଆଇ କଲିକତାର ରିଜିଓନାଲ ଡିରେକ୍ଟର ଭାରାପ୍ରାପ୍ତ ଅଧିକାରୀ ତେବେ ସାଂସଦ କାହିଁକି ରାଜ୍ୟ ସରକାର , ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅବହେଳା କରଉଛି ବୋଲି କହି ବୁଲୁଛନ୍ତି?

ତେବେ ସାଂସଦ ଅପରାଜିତା ସଢଙ୍ଗୀ, ଉତ୍ତର ପାଇଲେ ଉତ୍ତର ଦେବି ବୋଲି କହିଛନ୍ତି । ଫେବୃଆରୀ ୧୫ରେ ରାଜ୍ୟ ସରକାରଙ୍କୁ ସେ ୫ଟି ପ୍ରଶ୍ନ କରିଥିଲେ । ରାଜ୍ୟ ସରକାରଙ୍କ ଠାରୁ ଏନେଇ ଉତ୍ତର ପାଇବାକୁ ଅପେକ୍ଷାରେ ରହିଛନ୍ତି । ସେହି ପ୍ରଶ୍ନର ଉତ୍ତର ପାଇବା ପରେ ଅପରାଜିତା ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking