28.1 C
Bhubaneswar
Thursday, March 28, 2024
Homeଅପରାଧଚଳନ୍ତା ଗାଡିରେ ମହିଳାଙ୍କ ସହ ହେଲା ଏପରି କାଣ୍ଡ.....

ଚଳନ୍ତା ଗାଡିରେ ମହିଳାଙ୍କ ସହ ହେଲା ଏପରି କାଣ୍ଡ…..

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ଜଣେ ମହିଳା ଏକ ସଙ୍ଗୀନ ଅରୋପ ଲଗାଇଛନ୍ତି । ତାଙ୍କ କହିବାଅନୁସାରେ ଜଣେ ବ୍ୟକ୍ତି ତାଙ୍କୁ ଫ୍ୟାକ୍ଟ୍ରିରେ କାମ ଦେବାକୁ କହି ନିଜ ଗାଡିରେ ବସାଇ ନେଇଯାଇଥିଲା ଓ ଚଳନ୍ତା ଗାଡିରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହପରେ ହୋଟଲ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଥିଲା ।

ଗ୍ୱାଲିଅର ଜିଲ୍ଲାର କୁଲେଥ ଗ୍ରାମରେ ରହୁଥିବା ଏହି ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ମହିଳା ଜଣକ ବ୍ୟକ୍ତି ଉପରେ ଦୁଷ୍କର୍ମ ଓ ଗାଡି ଚଲାଉଥିବା ଡ୍ରାଇଭର, ସହଯୋଗ କରିଥିବା ଅଭିଯୋଗ କରିଛନ୍ତି ।

ମହିଳା ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ବ୍ୟକ୍ତିକୁ ଖୋଜିବା ସହ ତାର ସହଯୋଗୀକୁ ଗିରଫ କରିନେଇଛି । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ଭଦୋରିଆ କହିଛନ୍ତି ଯେ, ମହିଳା ଜଣକ ସୋମବାର ଦିନ ରିପୋର୍ଟ ଲେଖାଇଥିଲେ ଯେ ତାଙ୍କ ସହିତ ଗାଡିରେ ଓ ହୋଟେଲରେ ଦୁଷ୍କର୍ମ ହୋଇଛି । ଏହାପରେ ପୋଲିସ ଆରେପୀକୁ ଠାବ କରି ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking