33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଶିଳ୍ପପତି ଭ୍ରମରବରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଶିଳ୍ପପତି ଭ୍ରମରବରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ରାଉରକେଲା : ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ସୁପରିଚିତ ତଥା ଦେଓଗାଁର ବିଶିଷ୍ଟ ଶିଳ୍ପପତି ଭ୍ରମରବର ଦାସଙ୍କ ୭୫ ବର୍ଷ ବୟସରେ ପରଲୋକ ଗମନ ହୋଇ ଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବେଳେ ନିକଟରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍‌ପିଟାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ସେ  ହଠାତ ଅସୁସ୍ଥତା ଅନୁଭବ କରିବାରୁ  ତାଙ୍କୁ ଚିକିତ୍ସା ପାଇଁ  ଆଇଜିଏଚ ନିଆଯାଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।  ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁଅ ଉମାକାନ୍ତ ଦାସ, ବୋହୁ, ଜ୍ୱାଇଁ ଅନିରୁଦ୍ଧ ସ୍ୱାଇଁ, ମିଲନ ବଡୁ, ସ୍ମୃତି ରଂଜନ ସ୍ୱାଇଁ ତଥା ନାତୀ  ଓ ନାତୁଣୀ ଉପସ୍ଥିତ ଥିଲେ । ସ୍ୱର୍ଗତ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ମେଳାପୀ ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି  ଥିଲେ । ଏଭଳି ଦୁଃଖଦ ଖବର ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀର ପୁର୍ବତନ ବିଧାୟକ ରବି ଦେହୁରୀ, ପୁର୍ବତନ ବିଜେଡି ଜିଲ୍ଲା ସଭାପତି ରାମଚନ୍ଦ୍ର ପଣ୍ଡା, ରାଉରକେଲା ବିଜେଡି ନଗର ସଭାପତି ଗଗନ ପଣ୍ଡା, ସାମାଜିକ କର୍ମୀ ଶାନ୍ତନୁ କୁମାର ମୁଦୁଲି,  ରଣଜିତ ପାତ୍ର, ସଂଗଠକ ସୁଧୀର ହରିଚନ୍ଦନ ତଥା ଦେଓଗାଁ କ୍ଳବର କର୍ମକର୍ତା ମାନେ ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦ୍‌ଗତି  ନିମନ୍ତେ ଇଶ୍ୱରଙ୍କ ଠାରେ  ପ୍ରାର୍ଥନା କରିଥିଲେ । । ବେଦବ୍ୟାସ ଘାଟରେ ଏକ ଶୋକାକୁଳ ପରିବେଶରେ ସ୍ୱର୍ଗତ ଭ୍ରମରବର ଦାସଙ୍କ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking