33.1 C
Bhubaneswar
Tuesday, July 15, 2025
Homeବ୍ରେକୀଙ୍ଗ୨୯ରୁ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ, ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ କୋରାପୁଟ...

୨୯ରୁ ଦୁଇଦିନିଆ କୋରାପୁଟ ସାହିତ୍ୟ ଉତ୍ସବ, ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକ ପାଇବେ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦

ଭୁବନେଶ୍ବର: ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଜାତୀୟ ସାହିତ୍ୟ ଉତ୍ସବ କୋରାପୁଟ ଲିଟେରାରି ଫେଷ୍ଟିଭାଲର ତୃତୀୟ ସଂସ୍କରଣ ଚଳିତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ଉଦ୍‌ଘାଟନୀ ସମାରୋହ ଓ ପୁରସ୍କାର ବିତରଣ କୋରାପୁଟ ପରିବର୍ତ୍ତେ ଭୁବନେଶ୍ବରରେ ଅନୁଷ୍ଠିତ ହେବ ବୋଲି କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ଦ୍ବିତୀୟ ଦିନ କୋରାପୁଟ ଠାରେ ଉଦ୍‌ଯାପନୀ ସମାରୋହ ହେବ।

ପୂର୍ବବର୍ଷମାନଙ୍କ ଭଳି ଚଳିତ ବର୍ଷର ସାହିତ୍ୟ ସମ୍ମାନ ଘୋଷଣା କରାଯାଇଛି। କାହାଣୀ ପାଇଁ ବରିଷ୍ଠ କଥାଶିଳ୍ପୀ ଡକ୍ଟର ପଦ୍ମଜ ପାଳଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ ୨୦୨୦ ମିଳିବାକୁ ଥିବା ବେଳେ କବିତା ପାଇଁ ବରିଷ୍ଠ କବି ଅମରେଶ ପଟ୍ଟନାୟକ ଏହି ସମ୍ମାନ ଗ୍ରହଣ କରିବେ। ପୁରସ୍କାର ବାବଦରେ ଉଭୟଙ୍କୁ ୨୧,୦୦୦ ଟଙ୍କା ସହ ମାନପତ୍ର ଓ ସମ୍ମାନ ଫଳକ ପ୍ରଦାନ କରାଯିବ।

ଡିସେମ୍ବର ୨୯ ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ହେବାକୁ ଥିବା ସମାରୋହକୁ ଉଦ୍‌ଘାଟନ କରିବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଖ୍ୟାତନାମା ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେବେ ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ। ଏ ଅବସରରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ପୁସ୍ତକ ଉନ୍ମୋଚିତ ହେବ। ଉଦ୍‌ଘାଟନ ପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଆଲୋଚନା ସଂପାନରେ ରାଜ୍ୟର ଜଣାଶୁଣା କବି, ଲେଖକ ଓ ବୁଦ୍ଧିଜୀବୀ ଯୋଗଦେଇ ନିଜର ମତ ଉପସ୍ଥାପନ କରିବେ।

ଦ୍ବିତୀୟ ଦିନ କୋରାପୁଟ ଡୁଡୁମା ଜଳପ୍ରପାତ ନିକଟରେ ଦୁଇଟି ଆଲୋଚନା ସଂପାନ ସମେତ କବିତା ପାଠୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ଣରେ ଥିବା ବ୍ରାଉନ୍‌ ଭାଲି କଫି ଇଷ୍ଟେଟ୍‌ ପରିସରରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। କୋଭିଡ୍‌ ସଂକଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ବାହାରୁ କୌଣସି ଲେଖକଙ୍କୁ ନିମନ୍ତ୍ରଣ କରାଯାଉ ନଥିବା ବେଳେ ଦୁଇଦିନର ଉତ୍ସବରେ ମଧ୍ୟ ଖୁବ୍‌ କମ୍‌ ଦର୍ଶକ ଉପସ୍ଥିତି ରହିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking