28.1 C
Bhubaneswar
Saturday, July 12, 2025
Homeବ୍ରେକୀଙ୍ଗରାଉରକେଲାରେ କୋଭିଡ଼ କଟକଣାରେ ଖ୍ରୀଷ୍ଟମାସ ପାଳିତ

ରାଉରକେଲାରେ କୋଭିଡ଼ କଟକଣାରେ ଖ୍ରୀଷ୍ଟମାସ ପାଳିତ

ରାଉରକେଲା: ଆଜି ଶୁକ୍ରବାର ଖ୍ରୀଷ୍ଟଧର୍ମାଲମ୍ବୀଙ୍କ ପବିତ୍ର ଖ୍ରୀଷ୍ଟମାସ ଅବା ବଡ଼ଦିନ ପର୍ବ  ରାଉରକେଲାରେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁ  କୋଭିଡ଼ କଟକଣାରେ ବିଭିନ୍ନ ଚର୍ଚ୍ଚରେ ନିରଡମ୍ବର ଭାବେ ପାଳିତ କରାଯାଇଥିଲା ।  ରାଉରକେଳାରେ ଥିବା ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟିଆନ ଭାଇ, ଭଉଣୀ ମାନେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କୁ ଆରାଧନା କରିଥିଲେ । ଶ୍ରଦ୍ଧାଳୁ ମାନେ  ଅଳ୍ପ ସଂଖ୍ୟାରେ ଏକଜୁଟ ହେବା ସହ କ୍ୟାଣ୍ଡେଲ ଜାଳି ପ୍ରଭୁ ଯୀଶୁଙ୍କ ଆରାଧନା କରି ତାଙ୍କର କରୁଣା ଲାଭ ପାଇଁ ପ୍ରାର୍ଥନା ଲାଭ କରିଥିଲେ । ରାଉରକେଲାର ହମିରପୁର, ସେକ୍ଟର-୬, ସେକ୍ଟର-୧୮, ବାଲିଯୋଡ଼ି ସ୍ଥିତ ରୋମାନ କ୍ୟାଥୋଲିକ, ଜଲଦା ବି ବ୍ଲକ ସିଏନଆଇ ଚର୍ଚ୍ଚ, ଏନଡବ୍ଲୁ ଜିଏଲ ଚର୍ଚ୍ଚ, ବାଲିଯୋଡ଼ି ଏବିସି କଲୋନୀ ସ୍ଥିତ ଫୁଲଗପସଲ ଚର୍ଚ୍ଚ, ନିତ୍ୟାନନ୍ଦନଗର ସ୍ଥିତ ଜିଏମଜି ଚର୍ଚ୍ଚ, ଜଲଦା ସି ବ୍ଲକ ସ୍ଥିତ ଜିଇଏଲ ଗୀର୍ଜା ଠାରେ ଥିବା ଚର୍ଚ୍ଚ ଠାରେ ବଡ଼ଦିନ ଉତ୍ସବ କରୋନା ମହାମାରୀ ଯୋଗୁ  ଫିକା ପଡ଼ି ଯାଇଥିଲା ।  ଯାହା କେବଳ ଅଳ୍ପ ଶ୍ରଦ୍ଧାଳୁଙ୍କୁ ନେଇ ନିରାଡମ୍ବର ଭାବେ ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟମାସ ପର୍ବ ପାଳିତ ହେବା ଲକ୍ଷ୍ୟ କରାଯାଇଥିଲା ।  
                             । ନିଜ ଘରେ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଖ୍ରୀଷ୍ଟମାସ ପାଳନ  କରିଥିଲେ ଖ୍ରୀଷ୍ଟୟାନ ଶ୍ରଦ୍ଧାଳୁ । ଘରେ କେକ ଓ ମିଷ୍ଟାନ ପ୍ରସ୍ତୁତି କରାଯାଇ ଉତ୍ସବ ପାଳିଥିଲେ ଶ୍ରଦ୍ଧାଳୁ । ଅପରପକ୍ଷରେ ଚର୍ଚ୍ଚ ଗୁଡ଼ିକରେ ଅନଳାଇନ ମାଧ୍ୟମରେ ଭର୍ଚୁଆଲ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ପ୍ରବଳ ଥଣ୍ଡା ସତ୍ୱେ ଚର୍ଚ୍ଚରେ ଶ୍ରଦ୍ଧାଳୁ ମାନେ ପହଂଚି ଦୟା, କରୁଣାର ପ୍ରତୀକ ପ୍ରଭୁ ଯୀଶୁଙ୍କ ଆରାଧନା କରିଥିଲେ ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking