36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶକରୋନା ଡରରେ ବିଷ ପିଇ ଆତ୍ମହତ୍ୟା କଲେ ମା’ପୁଅ

କରୋନା ଡରରେ ବିଷ ପିଇ ଆତ୍ମହତ୍ୟା କଲେ ମା’ପୁଅ

ମଦୁରାଇ : କରୋନା ମାମଲା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଥିବା ବେଳେ ଉତ୍ପନ୍ନ ହେଉଥିବା ନୂଆ ନୂଆ ଭାରିଆଣ୍ଟକୁ ନେଇ ଭୟ ଭିତରେ ରହିଛନ୍ତି । କାରଣ ଏହି ଭାରିଆଣ୍ଟ କାରଣରୁ ସଂକ୍ରମଣ ଦୁଇଗୁଣ ହୋଇଯାଇଛି । ଏହା ଭିତରେ କରୋନା ମହାମାରୀ ହେବା ଭୟରେ ମାଆ ଓ ପୁଅ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଏହିଭଳି ଏକ ଘଟଣା ଘଟିଛି ତାମିଲନାଡ଼ୁର ମଦୁରାଇ ଠାରେ । ୨୩ ବର୍ଷୀୟା ମାଆ ଓ ତିନି ବର୍ଷିୟ ପୁଅ ଆତ୍ମହତ୍ୟା କରିଥିବା ଖବର ଏବେ ହଇଚଇ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ପରିବାରର ୫ ଜଣ ସଦସ୍ୟ କରୋନା ଭୟରେ ବିଷ ପିଇ ଦେଇଥିଲେ । ଏଥିରେ ମା ଓ ପୁଅ ସମେତ ମୋଟ ୫ ଜଣ ସଦସ୍ୟ ଥିଲେ । ପାଞ୍ଚ ଜଣଙ୍କ ମଧ୍ୟରେ ଲକ୍ଷ୍ମୀ(୪୬), ତାଙ୍କ ପୁଅ ସିବିରାଜ(୧୩) ଓ ଅଭି(୧୬), ଝିଅ ଜ୍ୟୋତିକା(୨୩) ଓ ତାଙ୍କ ପୁଅ ରିତିଶ(୩) ରହିଛନ୍ତି ।

ଏମାନେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିରୁ ୩ ଜଣ ବର୍ତ୍ତିଯାଇଥିଲେ ଓ ବାକି ୨ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଗତବର୍ଷ ଡିସେମ୍ବର ମାସରେ ମାଆ ଲକ୍ଷ୍ମୀ ନିଜ ସ୍ୱାମୀ ନାଗରାଜଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ । ଏହି ଚିନ୍ତାରେ ଦିନରାତି ବୁଡ଼ି ରହୁଥିଲେ । ପୂରା ପରିବାର ନାଗରାଜଙ୍କ ବିୟୋରେ ମ୍ରିୟମାଣ ହୋଇପଡ଼ିଥିଲେ । ସେହିପରି ଲକ୍ଷ୍ମୀଙ୍କ ଝିଅ ଜ୍ୟୋତିକା ବିବାହିତ ହୋଇଥିବା ବେଳେ କୌଣସି କାରଣରୁ ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ବାପ ଘରେ ରହୁଥିଲେ । କିଛି ଦିନ ତଳେ ଜ୍ୟୋତିକାଙ୍କର କରୋନା ଲକ୍ଷଣ ଦେଖାଦେଇଥିଲା ଓ ପରୀକ୍ଷା କରିବା ପରେ ଶନିବାର ଦିନ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ଶୁଣି ତାଙ୍କ ପୂରା ପରିବାର ଡ଼ରିଯାଇଥିଲେ ଓ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଖବର ପଡୋଶୀ ମାନେ ଜାଣିପାରି ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଘରକୁ ଆସିବା ବେଳକୁ ଜ୍ୟୋତିକା ଓ ତାଙ୍କ ପୁଅ ରିତିଶଙ୍କ ମୃତ୍ୟୁ ହୋଇସାରିଥିଲା । ବାକି ୩ ଜଣଙ୍କୁ ପୋଲିସ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କର ଏବେ ଚିକିତ୍ସା ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking