38.8 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ : ଆଉ ୪ହଜାର ୮୨୯ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ...

ରାଜ୍ୟରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ : ଆଉ ୪ହଜାର ୮୨୯ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୨୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୪୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୧୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୬୯ ଜଣ, ବାଲେଶ୍ବର ଜିଲ୍ଲାରୁ ୨୧୦ ଜଣ, ବରଗଡ଼ରୁ ୮୪ ଜଣ, ଭଦ୍ରକରୁ ୬୯ ଜଣ, ବଲାଙ୍ଗୀରୁ ୧୦୪ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୪୦୧ ଜଣ, ଦେବଗଡ଼ରୁ ୧୯ ଜଣ, ଢେଙ୍କାନାଳରୁ ୨୩ ଜଣ, ଗଞ୍ଜାମରୁ ୪୯ ଜଣ, ଗଜପତିରୁ ୩୨ ଜଣ, ଜଗତସିଂହପୁରରୁ ୪୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୪୮ ଜଣ, କନ୍ଧମାଳରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୬୩ ଜଣ, ଖୋର୍ଦ୍ଧାରୁ ୯୩୩ ଜଣ, କୋରାପୁଟରୁ ୭୭ ଜଣ, ମାଲକାନଗିରିରୁ ୧୧ ଜଣ, ମୟୂରଭଞ୍ଜରୁ ୧୮୨ ଜଣ, ନବରଙ୍ଗପୁରରୁ ୮୫ ଜଣ, ନୟାଗଡ଼ରୁ ୨୪ ଜଣ, ନୂଆପଡ଼ାରୁ ୫୧ ଜଣ, ପୁରୀରୁ ୧୩୦ ଜଣ, ରାୟଗଡ଼ାରୁ ୮୨ ଜଣ, ସମ୍ୱଲପୁରରୁ ୬୪୪ ଜଣ, ସୋନପୁରରୁ ୩୨ ଜଣ, ସୁନ୍ଦରଗଡ଼ରୁ ୮୬୯ ଜଣ ଓ ଷ୍ଟେଟ ପୁଲରୁ ୨୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୫ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦ ହଜାର ୫୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking