ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରିଛନ୍ତି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ରଖିଛନ୍ତି । ବିରୋଧୀ ସରକାର ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ମହାକୁମ୍ଭ ଦଳାଚକଟା , ଚୀନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜାତିଗଣନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋକତନ୍ତ୍ରର ପରମ୍ପରା ଅନୁସାରେ ସଂସଦରେ ଚର୍ଚ୍ଚା ହେଉଛି । ରାଷ୍ଟ୍ରପତି ବିକଶିତ ଭାରତର ସଂକଳ୍ପକୁ ଦୋହରାଇଛନ୍ତି । ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ବାହାରିଛି । ଗରିବଙ୍କ ମିଛ ନାରା ନୁହେଁ, ସତ ବିକାଶ ଦେଇଛୁ । ନାଁ ନନେଇ କଂଗ୍ରେସକୁ ଟାର୍ଗେଟ କଲେ ମୋଦୀ । କହିଲେ ଗରିବଙ୍କ ଦୁଖକୁ ସମସ୍ତେ ବୁଝିପାରନ୍ତି ନାହିଁ । ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ସମସ୍ତେ ବୁଝି ପାରନ୍ତି ନାହିଁ । କହିଛନ୍ତି କିଛି ଲୋକ କୁଡିଆରେ ଫଟୋସୁଟ କରି ମନୋରଞ୍ଚନ କରୁଛନ୍ତି । ସେଭଳି ଲୋକଙ୍କ ରାଗକୁ ମୁଁ ବୁଝିପାରୁଛି କହିଛନ୍ତି ମୋଦୀ । କିଛି ଲୋକ ନିଜ ଆଲିଶାନ ଘର ଉପରେ ଫୋକସ କରୁଛନ୍ତି । ସମସ୍ୟାର ସମାଧାନ କରିବାକୁ ଆମର ପ୍ରୟାସ । ୮୫ ପଇସା କୁଆଡେ ଯାଉଥିଲା । ଆମ ମଡେଲ ସଞ୍ଜୟ ଓ ବିକାଶ କହିଛନ୍ତି ମୋଦୀ । ରାଜନୈତିକ ଲାଭ , କ୍ଷତି ନଦେଖି କାମ କରୁ । ଦେଶର ପୂର୍ୱତନ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ମନେ ପକାଇଲେ ମୋଦୀ । ଦିଲ୍ଲୀରୁ ୧ ଟଙ୍କା ପଠାଇଲେ ଗାଁରେ ୧୫ ପଇସା ପହଞ୍ଚୁଛି । ସେହି ସମୟରେ ଗଜବ ହାଦତ ସଫେଇ ହେଉଥିଲା । ଜ୍ୱର ଅଧିକ ହେଲେ ମଣିଷ କିଛି ବି କହିଥାଏ । ୧୦ କୋଟି ଜାଲ ଲୋକ ସରକାରୀ ତହବିଲରୁ ଫାଇଦା ଉଠାଉଥିଲେ । ଏବେ ଖବର କାଗଜରେ ଦୁର୍ନୀତି ଖବର ଆସୁନାହିଁ । ଲୋକଙ୍କୁ ମଧ୍ୟ ସ୍ୱଚ୍ଛତାର ଲାଭ ମିଳିବା ଉଚିତ । ପୂର୍ୱରୁ କୋଟି କୋଟି ଟଙ୍କା ଦୁର୍ନୀତିର ହେଡଲାଇନ ପଡୁଥିଲା । ଜନ ଔଷଧୀ କେନ୍ଦ୍ରରେ ୮୦ ପ୍ରତିଶତ ରିହାତି ମିଳିଥାଏ । ନଳରୁ ଜଳ ଯୋଜନାରେ ପରିବାର ପିଛା ୪୦ ହଜାର ଟଙ୍କା ବଞ୍ଚି ଯାଉଛି । ଏଲଇଡି ବଲବ ଯୋଗୁଁବିଜୁଳି ସଂଚୟ ହୋଇପାରୁଛି । ଏବେ ୧୨ ଲକ୍ଷ ଟଙ୍କା ଆୟରେ କୌଣସି ଆୟକର ନାହିଁ ।