ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗାଁରେ ଅଘଟଣ। ଦାଦାର ବାଡ଼ି ପ୍ରହାରରେ ଝିଆରୀର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ମହିଳା ହେଉଛନ୍ତି ସସ୍ମିତା ପରିଡା। ମାଡ଼ ମାରିଥିବା ଦାଦା ପ୍ରହଲ୍ଲାଦ ବାରିକକୁ ପୁଲିସ ଖୋଜୁଛି।ଲୁଗା ଶୁଖାଇବା ପାଇଁ ସସ୍ମିତା ଘର ପାଖରେ ଏକ ବାଉଁଶ ପୋତିଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରହଲ୍ଲାଦ ହାତରେ ଧରିଥିବା ବାଡ଼ିରେ ସସ୍ମିତାର ମୁଣ୍ଡକୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ସସ୍ମିତା ତଳେପଡି ଚେତା ହରାଇ ଥିଲା। ପରିବାର ପକ୍ଷରୁ ତାକୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ପ୍ରହଲ୍ଲାଦ ବାଡ଼ିରେ ପିଟି ମୋ ମା’କୁ ମାରିଦେଇଥିବା ସସ୍ମିତାର ଝିଅ ପ୍ରିୟଙ୍କା ଥାନାରେ ଅଭଯୋଗ କରିଛି। ପୁଲିସ ସାଇଣ୍ଟିଫିକ ଟିମର ସହାୟତା ସହ ତଦନ୍ତ କରୁଛି।










