ଭୁବନେଶ୍ୱର: ଷ୍ଟ୍ରିଟ ଲାଇଟ ଲଗାଇବାରେ ବ୍ୟାପକ ଦୁର୍ନୀତି ନେଇ ଭିଜିଲାନ୍ସର ତନାଘନା । କେନ୍ଦୁଝର, ନୟାଗଡ, ଯାଜପୁର ଜିଲ୍ଲାର ୫୦ଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି । ୮୧ ଅଧିକାରୀଙ୍କୁ ନେଇ ୨୪ ଟି ଟିମର ୩ ଜିଲ୍ଲାରେ ବଡ ଧରଣର ରେଡ ଦିଆଯାଇଛି । ୨୦୨୧-୨୩ ‘ବିକଶିତ ଗାଁ ବିକଶିତ ଓଡିଶା ‘ ଯୋଜନା ଅଧୀନରେ ଦୁର୍ନୀତି କରାଯାଇଛି । ତଦନ୍ତ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିଛି । ଟେଣ୍ଡର ଗାଇଡଲାଇନ୍ସରେ ନିୟମ ଉଲ୍ଲଙ୍ଘନ ହୋଇଥିବା ସାମ୍ନାକୁ ଆସିଛି । ସରକାରୀ କର୍ମଚାରୀ ଓ ପ୍ରକଳ୍ପ ସଂସ୍ଥାର ସଂପୃକ୍ତି ସାମ୍ନାକୁ ଆସିଛି ।










